Indus Valley Times

ଆକ୍ସନରେ ପୋଲିସ, ଏକାସାଙ୍ଗେ ୪ଟି ଜେଲ୍‌ରେ ଚଢାଉ

 Breaking News

ଆକ୍ସନରେ ପୋଲିସ, ଏକାସାଙ୍ଗେ ୪ଟି ଜେଲ୍‌ରେ ଚଢାଉ

August 25
10:03 2024

ନୟାଗଡ଼, ୨୫/୮ : ଆଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ଚଢ଼ାଉ ବେଳେ ନୟାଗଡ଼ ଜିଲ୍ଲାମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି। ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ବହୁ ପରିମାଣର ବିପୁଳ ନିଶା ସାମଗ୍ରୀ ଜବତ ହୋଇଛି। ଏଥିରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ୍ ରହିଛି।
ଜେଲ୍ ଭିତରକୁ କିଭଳି ନିଶା ସାମଗ୍ରୀ ଗଲା? କଡ଼ା ସୁରକ୍ଷା ଭିତରେ ଜେଲ୍ ଭିତରକୁ ନିଶାଦ୍ରବ୍ୟ କିଏ ଓ କେମିତି ପଠାଉଛି, ତାକୁ ନେଇ ପ୍ରଶ୍ନୂବାଚୀ ସୃଷ୍ଟି ହୋଇଛି। ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031