Indus Valley Times

ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା, ୮ ଯାଏ ଚାଲିବ

 Breaking News

ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା, ୮ ଯାଏ ଚାଲିବ

ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା, ୮ ଯାଏ ଚାଲିବ
July 03
10:20 2023

କଟକ,୩/୭: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂରେ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ହେବ।
ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଅନୁଷ୍ଠିତ ହେଉଛି ଏହି ପରୀକ୍ଷା। ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖ ପର‌୍ୟ୍ୟନ୍ତ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ।
ଛାତ୍ରଛାତ୍ରୀ ଯେଉଁମାନେ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲେ କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇପାରିନଥିଲେ ସେହି ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ସୁଯୋଗ ପାଇଛନ୍ତି।
ପୂର୍ବରୁ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଆଡମିଟ୍ କାର୍ଡ ସଂଗ୍ରହ କରିବାକୁ ମାଟ୍ରିକ ବୋର୍ଡ ପକ୍ଷରୁ କୁହାଯାଇଥିଲା । ମାଟ୍ରିକରେ ୧୩୧୧ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେହିପରି ୮ ହଜାର ୯ ଶହରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେବେ । ପରୀକ୍ଷାରେ କୃତକାର‌୍ୟ୍ୟ ହେଲେ ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031