Indus Valley Times

ଆଜିଠୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା

 Breaking News

ଆଜିଠୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା

ଆଜିଠୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା
November 08
09:45 2022

କଟକ, ୮/୧୧: ଆଜିଠୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର‌୍ୟ୍ୟକ୍ରମ ଆୟୋଜନ କରିଛି ଜିଲ୍ଲାପ୍ରଶାସନ । ୨ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ମନରେ ବେଶ୍ ଉତ୍ସାହ ।
ସାଧାରଣ ଲୋକଟିଏ ବାଲିଯାତ୍ରା ଆସିଲେ କିଣାକିଣି ସହ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଦୋଳିର ମଜା ନେଇଥାଏ । ହେଲେ ଏବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ବିଭିନ୍ନ ପ୍ରକାରର ମନୋରଞ୍ଜନର କାର୍ଯ୍ୟକ୍ରମ ହାତକୁ ନେଇଛି । ଏଥର ବାଲିଯାତ୍ରା ବୁଲା ସାଙ୍ଗକୁ ଜନ ସାଧାରଣ ମହାନଦୀରେ ଲାଇଟ ଆଣ୍ଡ ସାଉଣ୍ଡର ମଜା ନେଇ ପାରିବେ। ପ୍ରଶାସନ ପକ୍ଷରୁ କଟକ ଇନ୍ କଟକର ପରିକଳ୍ପନା କରାଯାଇଛି ।
ଯେଉଁଠି ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର ମସଜିଦ ଗୁରୁଦ୍ଵାର ସବୁ ଦେଖିପାରିବେ ।
ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର, ରେଳ ଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ଗେଟ ଦେଖିବାକୁ ମିଳିବ ବୋଲି କହିଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ବା ସିଡିଓ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031