Indus Valley Times

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍ର ୨୧ ମନ୍ତ୍ରୀ

 Breaking News

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍ର ୨୧ ମନ୍ତ୍ରୀ

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍ର ୨୧ ମନ୍ତ୍ରୀ
June 05
08:38 2022

ଭୁବନେଶ୍ୱର,୭୫ ।୭: ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍ । ରବିବାର ଦିନ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର‌୍ୟ୍ୟକ୍ରମ ରହିଛି। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍ରେ ଶପଥଗ୍ରହଣ ଉତ୍ସବ ହେବ। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ୨୧ ମନ୍ତ୍ରୀ।
ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ କ୍ୟାବିନେଟ୍ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିପାରେ। ସମ୍ଭାବ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ତାଲିକାରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ରହିଛି।
ସେହିପରି ସମ୍ଭାବ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକାରେ ୮ଜଣଙ୍କ ନାଁ ରହିଛି ସେମାନେ ହେଲେ ସମୀର ରଂଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031