Indus Valley Times

ଆଜି ହେଉଛି ଜାତୀୟ ହାତୀ ଦିବସ

 Breaking News

ଆଜି ହେଉଛି ଜାତୀୟ ହାତୀ ଦିବସ

ଆଜି ହେଉଛି ଜାତୀୟ ହାତୀ ଦିବସ
August 12
12:55 2023

ଭୁବନେଶ୍ବର,୧୨/୮: ଅଗଷ୍ଟ ୧୨ ତାରିଖ ହେଉଛି ଜାତୀୟ ହାତୀ ଦିବସ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ପରିମାଣ କମୁଥିବାରୁ ହାତୀପଲ ଜନବସତି ମୁହାଁ ହୋଇଛନ୍ତି। ଏବେ ସେମାନଙ୍କ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ବିଶାଳକାୟ ପ୍ରାଣୀ ପାଇଁ ପ୍ରାୟ ସବୁ ଦେଶରେ କଠୋର ଆଇନ କାନୁନ ଥିବାବେଳେ କ୍ରମାଗତ ଭାବେ ହାତୀ ଶୀକାର ଯୋଗୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି।
ସୁରକ୍ଷା ଦୃଷ୍ଟିକୋଣରୁ ହାତୀ ସମ୍ପର୍କରେ ଜନସଚେତନତା କରାଯାଉଛି। ତେବେ ସବୁ ବନାଞ୍ଚଳରେ ପ୍ରତ୍ୟେକ ୨ବର୍ଷରେ ଥରେ ହାତୀ ଗଣନା କରାଯିବା କଥା। କିନ୍ତୁ ୨୦୧୬ପରେ ଏହି ଗଣନା କରାଯାଇନାହିଁ। ଫଳରେ ପ୍ରକୃତିପ୍ରେମୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ସେହିପରି ହାତୀମାନଙ୍କ ବେକରେ ଲାଗିବାକୁ ଥିବା ‘ଜିପିଆରଏସ କଲାର’ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନାହିଁ।
ବିଶ୍ଵ ହାତୀ ଦିବସରେ ଉନ୍ମୋଚିତ ହୋଇଛି ୨ ପୁସ୍ତକ। ଏ ଦୁଇ ପୁସ୍ତକ ହେଲା ଏଲିଫାଣ୍ଟ କରିଡରସ ଅଫ ଇଣ୍ଡିଆ ଓ ଏଲିଫାଣ୍ଟ ରିଜର୍ଭ ଅଫ ଇଣ୍ଡିଆ । ଭୁବନେଶ୍ଵରରେ ବିଶ୍ଵ ହାତୀ ଦିବସ ପାଳନ ଅବସରରେ ଏହି ଦୁଇ ପୁସ୍ତକର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଧ୍ୟ ଉପସ୍ଥିତ ଥିଲେ।
ଏ ଅବସରରେ ଦେଶରେ ହାତୀ ସୁରକ୍ଷା କ୍ଷେତ୍ରରେ କାମ କରିଥିବା ବିଭିନ୍ନ ରାଜ୍ୟର ବନ କର୍ମଚାରୀଙ୍କୁ ଗଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି । ଏ ଅବସରରେ ଦେଶରେ ହାତୀ ସୁରକ୍ଷା କ୍ଷେତ୍ରରେ କାମ କରିଥିବା ବିଭିନ୍ନ ରାଜ୍ୟର ବନ କର୍ମଚାରୀଙ୍କୁ ଗଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031