Indus Valley Times

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ : ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

 Breaking News

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ : ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ : ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
March 29
09:31 2023

ପୁରୁଣା ଭୁବନେଶ୍ୱର,୨୯/୩: ବୁଧବାର ହେଉଛି ପବିତ୍ର ଅଶୋକାଷ୍ଟମୀ। ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରର ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀ ଘର (ରାମେଶ୍ବର ମନ୍ଦିର)।
ରଥରେ ଦେବଦେବ ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ବିଜେ କରିବେ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ) ଓ ଦେବୀ ରୁକୁଣା ବା ରୁକ୍ମିଣୀ। ୬ ଦିନ ପାଇଁ ନିଜ ମନ୍ଦିର ଓ ପତ୍ନୀ ଦେବୀ ପାର୍ବତୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମାଉସୀ ଘର ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ।
ରାମେଶ୍ବର ମନ୍ଦିରରେ ମାଉସୀ ଘରେ ହେବ ହରି-ହର ଭେଟ। ମାନ କରିବେ ମା’ ପାର୍ବତୀ। ରାଗରେ ରଥ ଭାଙ୍ଗିବେ। ଏମିତିକି ପ୍ରତ୍ୟାବର୍ତ୍ତନ ବେଳେ ମନ୍ଦିର କବାଟ କିଳି ଦିଅନ୍ତି। ପରେ ମାନଭଞ୍ଜନ କରିବେ ପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ପୁଣି ମହାଦେବଙ୍କୁ ପାଛୋଟି ନେବେ ମନ୍ଦିରକୁ।
ପ୍ରଭୁ ଲିଙ୍ଗରାଜଙ୍କ ଏହି ଦିବ୍ୟ ଲୀଳାଖେଳା ଦର୍ଶନ ପାଇଁ ସବୁ ବର୍ଷ ଭଳି ଏଥର ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ତେଣୁ ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031