Indus Valley Times

ଆଜି ହେଉଛି ଶିଶୁ ଦିବସ , ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ

 Breaking News

ଆଜି ହେଉଛି ଶିଶୁ ଦିବସ , ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ

ଆଜି ହେଉଛି ଶିଶୁ ଦିବସ , ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ
November 14
11:46 2024

ଓଡ଼ିଶା, ୧୪/୧୧ : ପିଲାମାନେ ହିଁ କୌଣସି ଦେଶର ଭିତ୍ତିଭୂମି ଏବଂ ସେମାନେ ହିଁ ଆଗାମୀ ଦେଶର ଭବିଷ୍ୟତ । ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ଶାନ୍ତ, ସୁସଂପନ୍ନ, ସେହ୍ନସିକ୍ତ ପରିବାରରେ ବଢ଼ିଥିବା ଶିଶୁଟିଏ ଭବିଷ୍ୟତର ସୁନାଗରିକ ଓ ସୁସଂହତ ସମାଜ ସଂଗଠନରେ ମୁଖ୍ୟଭୂମିକା ଗ୍ରହଣ କରିଥାଏ।
ତାଙ୍କ ମତରେ ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ । ଆଉ ତାଙ୍କ ଜନ୍ମ ଜୟନ୍ତୀକୁ ସାରା ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଏ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ପ୍ରାଥମିକ ଶିକ୍ଷା ସରିବା ପରେ ସେ ୧୫ ବର୍ଷ ବୟସରେ ଇଂଲଣ୍ଡ ଚାଲିଯାଇଥିଲେ । କ୍ୟାମ୍ବ୍ରିଜ ଅନ୍ତର୍ଗତ ଟ୍ରିନିଟି କଲେଜରେ ସ୍ନାତକ ସାରିବା ପରେ ଲଣ୍ଡନରେ ଆଇନ ଶିକ୍ଷା ସାରିଥିଲେ । ୧୯୧୨ରେ ଭାରତ ଫେରି କିଛି ବର୍ଷ ଓକିଲାତି କରିଥିଲେ । ଏହାପରେ ୧୯୧୯ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।
ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଗଭୀର ପ୍ରଭାବିତ ହୋଇ ଅନେକ ଥର କାରାବରଣ କରିଥିଲେ । ଗଣତନ୍ତ୍ର, ଏକତା ତାଙ୍କର ପ୍ରମୁଖ ସ୍ତମ୍ଭ ରହିଥିବାବେଳେ ସେ ଭାରତରେ ମୁକ୍ତ, ଗଣତାନ୍ତ୍ରିକ ଓ ବିବିଧତାପୂର୍ଣ୍ଣ ରାଜନୀତି ବ୍ୟବସ୍ଥାର ପ୍ରତିଷ୍ଠାକରି ପ୍ରତ୍ୟେକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ସେ ସର୍ବାଧିକ ଗୁରୁତ୍ବ ଦେଉଥିଲେ । ୧୯୬୪ ମସିହାରେ ନେହେରୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମଦିବସକୁ ଶିଶୁମାନଙ୍କୁ ସମର୍ପଣ କରାଯିବାକୁ ନିଷ୍ପତ୍ତି ନିଆଗଲା । ପ୍ରଥମଥର ଲାଗି ୧୯୬୫ ମସିହାରେ ଶିଶୁ ଦିବସ ପାଳନ କରାଯାଇଥିଲା । ସେହିଦିନ ଠାରୁ ପ୍ରତ୍ୟକ ବର୍ଷ ଆଜିର ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥିଲା ।
ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ। ସେହି ମହାନ ରାଷ୍ଟ୍ରନେତାଙ୍କର ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି। ଦେଶର କୋଣ ଅନୁକୋଣରେ, ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁ ଦିବସକୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶ ପାଳିଥାଏ ଏହି ଦିବସ। ଶିଶୁ ଦିବସ ଅବସରରେ ସ୍କୁଲଗୁଡ଼ିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମ, ମେଳା ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ।
୧୯୨୫ ମସିହାରୁ ହିଁ ଶିଶୁ ଦିବସ ପାଳନ କରାଯାଉଛି କିନ୍ତୁ ୟୁଏନ ୨୦ ନଭେମ୍ବର ୧୯୫୪ ମସିହାରେ ଶିଶୁ ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ବିିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ କରାଯାଇଥାଏ। ଭାରତରେ ଶିଶୁ ଦିବସ ୧୯୬୪ରେ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ନିଧନ ପରେ ପାଳନ କରାଯାଇଥିଲ। ଏହି ଦିନକୁ ପାଳନ କରିବାକୁ ବିଦ୍ୟାଳୟଗୁଡ଼ିକ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର‌୍ୟ୍ୟକ୍ରମ , କୁଇଜ୍ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର‌୍ୟ୍ୟକଳାପ ଆୟୋଜନ କରନ୍ତି । ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ପିଲାମାନଙ୍କୁ ଖେଳନା, ମିଠା ଏବଂ ଉପହାର ସହିତ ଉପସ୍ଥାପିତ କରାଯାଏ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930