Indus Valley Times

ଆଜି ହେଉଛି ସାବିତ୍ରୀ ବ୍ରତ: ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ମହିଳାଙ୍କ ଭିଡ଼

 Breaking News

ଆଜି ହେଉଛି ସାବିତ୍ରୀ ବ୍ରତ: ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ମହିଳାଙ୍କ ଭିଡ଼

May 30
11:07 2022

ଭୁବନେଶ୍ବର/ଯାଜପୁର/ବ୍ରହ୍ମଗିରି: ଆଜି ହେଉଛି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରାଯିବାର ବିଧି ରହିଛି। । ଏ ଦିନ ସଧବା ନାରୀ ନିଜର ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରିବା ସହ ପୂଜାର୍ଚ୍ଚନା କରିଥାନ୍ତି।
ଆଜି ସାରା ଓଡ଼ିଶାରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଆଜି ସକାଳୁ ରାଜ୍ୟର ବିଭିନ୍ନ ମନ୍ଦିରମାନଙ୍କରେ ସଧବା ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି।
କରୋନା ସଂକ୍ରମଣ ପାଇଁ ଗତ ୨ ବର୍ଷ ହେବ ମନ୍ଦିର ବନ୍ଦ ରହୁଥିବା କାରଣରୁ ଏହି ସମୟରେ ମହିଳାମାନେ ଘରେ ପୂଜାର୍ଚ୍ଚନା କରିସାବିତ୍ରୀ ବ୍ରତ ପାଳୁଥିଲେ। ହେଲେ ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ଥିବାରୁ ମନ୍ଦିରକୁ ଯାଇ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ସକାଳୁ ପ୍ରତିଦିନ ଭଳି ଆଜି ମଧ୍ୟ ମା’ଙ୍କ ସ୍ନାନ ପରେ ରୀତିନୀତି ପୂଜାର୍ଚ୍ଚନା ପରେ ମା ମନ୍ଦିର ପଅଡ଼ ଖୋଲା ଯାଇଥିଲା। ପରେ ମା ବିରଜାଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବାରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଛାଇରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ସାବିତ୍ରୀ ଓଷା ପାଳନ ହୋଇନଥିଲା।
ଚଳିତ ବର୍ଷ ମାଙ୍କୁ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଏହାକୁ ନେଇ ମହିଳା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ଧାଡ଼ିରେ ଅପେକ୍ଷା କରି ମାଙ୍କୁ ଦର୍ଶନ କରି ବେଶ ଖୁସି ଅନୁଭବ କରିଛନ୍ତି ଶ୍ରଦ୍ଧାଳୁ। ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଦୁଇ ପ୍ଲାଟୁନୁ ଫୋର୍ସ ମୁତୟନ କରାଯାଇଛି।
ଆଜି ସାବିତ୍ରୀ ଅମାବାସ୍ୟା ସ୍ୱାମୀଙ୍କ ମଙ୍ଗଳ କାମନା କରି ସଧବା ନାରୀ ପୂଜା କରିଥାନ୍ତି। ବ୍ରହ୍ମଗିରିର ବେଣ୍ଟପୁର ଗାଁରେ ରହିଛି ଗ୍ରାମେଶ୍ବର ଦେବଙ୍କ ମନ୍ଦିର।
ଏହି ମନ୍ଦିର ପରିସରରେ ରହିଛି ସତ୍ୟବାନ ସାବତ୍ରୀ ଓ ଯମଙ୍କ ପ୍ରତିମା ଶହ ଶହ ବର୍ଷର ଏହି ପ୍ରଚୀନ ମୂତ୍ତି ପୂଜା ପାଉଛନ୍ତି। ଆଜି ସାବତ୍ରୀ ଅମାବାସ୍ୟାରେ ପୂଜା ପାଇଁ ଭିଡ଼ ଲାଗିଛି କିନ୍ତୁ ଏହି ମନ୍ଦିରରେ ଥିବା ସତ୍ୟବାନ ସାବତ୍ରୀ ଓ ଯମଙ୍କ ମୂତ୍ତି ବାହାରେ ରହି ପୂଜା ହେଉଛନ୍ତି।
ସରକାର ଏହାର ପୁନଃରୁଦ୍ଧାର କରି ପାରିଲେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ପାରନ୍ତା ଓ ପ୍ରାଚୀନ ମୂତ୍ତିର ସୁରକ୍ଷା ହୋଇ ପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031