Indus Valley Times

ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ

 Breaking News

ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ

October 25
18:48 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୫/୧୦: ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ସୌଜନ୍ୟତାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବୌଦ୍ଧ ଆୟୋଜନ କରିଥିବା ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ ହୋଇଯାଇଛି ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ନିଜ ପାଇଁ, ପରିବେଶ ପାଇଁ, ଦେଶ ପାଇଁ ବିଜ୍ଞାନର ଆବଶ୍ୟକତା ରହିଛି ।
ଉଦ୍ଭିଦ, ପ୍ରାଣୀ ଠାରୁ ମଣିଷ ଚିକିତ୍ସା ପର୍ଯ୍ୟନ୍ତ ସବୁ ଠାରେ ବିଜ୍ଞାନ ଅପରିହାର‌୍ୟ୍ୟ । ଯେଉଁ ଦେଶ ବିଜ୍ଞାନ କ୍ଷେତ୍ରରେ ଯେତେ ଶକ୍ତିଶାଳୀ ସେହିଦେଶ ସେତେ ସମ୍ବୃଦ୍ଧ । ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ବିଜ୍ଞାନକୁ ଆମେ ଆଗକୁ ନେଇପାରିବା ବୋଲି ବକ୍ତବ୍ୟ ରଖିଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ସଭାପତିତ୍ବ କରିବା ସହିତ କଳା ଓ ବିଜ୍ଞାନ ସମନ୍ୱୟରେ ବିଜ୍ଞାନ ନାଟକ ପ୍ରଦର୍ଶନ କରିବାକୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତକରିବା ସହିତ ଶୁଭେଚ୍ଛା ଜଣାଇ ଥିଲେ ।
ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ମଞ୍ଚାସୀନ ଥିଲେ ।
ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା ସହିତ ଅତିଥି ପରିଚୟ କରିଥିଲେ ।
ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।
ସରସରା ଉଚ୍ଚ ବିଦ୍ୟାଳୟର ଘୋଷ ଦଳ ଓ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ଏନ ସି ସି ଦଳ ଦ୍ୱାରା ଅତିଥି ସ୍ୱାଗତ କରାଯାଇଥିଲା ।
ବିଚାରକ ଭାବରେ ଅଭିନେତା, ଲେଖକ ଓ ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ, ସୋନପୁର ଓ ଅଧିବକ୍ତା, ଅଭିନେତା ଓ ନାଟ୍ୟନିର୍ଦ୍ଦେଶକ ଅବକାଶ ମିଶ୍ର, ସୋନପୁର ଙ୍କୁ ଅତିଥିଙ୍କ ଦ୍ୱାରା ପୁଷ୍ପ ବୃକ୍ଷ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲର ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଗୁଡିକ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମାଲି ଧନ୍ୟବାଦ ଦେଇଥିଲେ । ସହ ଗୋଷ୍ଠୀଶିକ୍ଷା ଅଧିକାରୀ ତଥା ବି ଆର ସି ସି ବୌଦ୍ଧ କମଳକାନ୍ତ ଦଳବେହେରା ଓ ଶିକ୍ଷକ ସନ୍ତୋଷ କର୍ଣ୍ଣଙ୍କ ସଂଯୋଜନାରେ ନାଟକ ମଞ୍ଚସ୍ଥ କରାଯାଇଥିଲା ।
ତ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତା ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ବୌଦ୍ଧ, ପ୍ରଭାସ ଚନ୍ଦ୍ର ଦଣ୍ଡସେନା ମୁଖ୍ୟତିଥି ଭାବରେ ଯୋଗଦେଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ଅଶୋଭ ରଂଜନ ମାଲି,ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ, ଅବକାଶ ମିଶ୍ର ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।
କନ୍ଧମାଳ ଜିଲ୍ଲା ପ୍ରଥମ, ବୌଦ୍ଧ ଜିଲ୍ଲା ଦ୍ଵିତୀୟ ଓ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲା ।
ଶ୍ରେଷ୍ଠ ନିର୍ଦ୍ଦେଶକ ତଥା ଶ୍ରେଷ୍ଠ ପଟ୍ଟକଥା ଲେଖକ ମାଧୁରୀ ଦିଗାଲ,କନ୍ଧମାଳ, ଶ୍ରେଷ୍ଠ ଅଭିନେତା ଅମୃତାଂଶୁ ଜେନା, ଗଞ୍ଜାମ ଓ ଶ୍ରେଷ୍ଠ ଅଭିନେତ୍ରୀ ଆଦ୍ୟାଶା ପ୍ରଧାନ କନ୍ଧମାଳ ଙ୍କୁ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବାରିକ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଥାଉକି ପ୍ରଥମ ହୋଇଥିବା ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚଳିତ ମାସ ଶେଷ ପର୍ଯ୍ୟାୟରେ ଅଂଶ ଗ୍ରହଣ କରିବେ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930