Indus Valley Times

ଆନ୍ଦୋଳନ କରିବା ଅଧିକାର, କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଧିକାର ନୁହେଁ: ନଗର ଉନ୍ନୟନ ମନ୍ତ୍ରୀ

 Breaking News

ଆନ୍ଦୋଳନ କରିବା ଅଧିକାର, କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଧିକାର ନୁହେଁ: ନଗର ଉନ୍ନୟନ ମନ୍ତ୍ରୀ

ଆନ୍ଦୋଳନ କରିବା ଅଧିକାର, କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଧିକାର ନୁହେଁ: ନଗର ଉନ୍ନୟନ ମନ୍ତ୍ରୀ
July 24
18:24 2025

ଭୁବନେଶ୍ୱର, ୨୪/୭ : ସରକାରୀ ସମ୍ପତ୍ତି ନଷ୍ଟ କରିବାର କାହାର ଅଧିକାର ନାହିଁ । ତେଣୁ ଯେଉଁ ଯୁବ କଂଗ୍ରେସ ନେତାମାନେ ଆନ୍ଦୋଳନବେଳେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ଛାତ୍ର କଂଗ୍ରେସ ଆନ୍ଦୋଳନ ବେଳେ ଭୁବନେଶ୍ୱର ରାଜରାସ୍ତାରେ ବାଡ଼ ଭାଙ୍ଗିବା ମାମଲାରେ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏନେଇ ବିଚାର ବିମର୍ଶ ପରେ ସ୍ମାର୍ଟସିଟି ଲିମିଟେଡ଼ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର କାହାର ନାହିଁ । ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଗତ କାର‌୍ୟ୍ୟନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ, ବିକ୍ଷୋଭବେଳେ ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼ କରିବା ଅଭିଯୋଗରେ ଗିରଫ ହୋଇଥିବା କଂଗ୍ରେସର କିଛି ଯୁବ ନେତା ଗତ ମଙ୍ଗଳବାର ସନ୍ଧ୍ୟାରେ ଝାରପଡ଼ା ଜେଲରୁ ବାହାରିଥିଲେ ।
ଶୋଭାଯାତ୍ରା କରି କଂଗ୍ରେସ ଭବନ ପର‌୍ୟ୍ୟନ୍ତ ଯାଇଥିଲେ । ଏହି ସମୟରେ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ସହରରେ ଲଗାଯାଇଥିବା କଂଗ୍ରେସ ବିରୋଧୀ ପୋଷ୍ଟରକୁ ଚିରିବା ସହିତ ବିଏମସି ବାଡ଼କୁ ଭାଙ୍ଗିଥିବାର ଦେଖାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031