Indus Valley Times

ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ, ସରକାରଙ୍କ ପ୍ରତିଶ୍ରୁତି ପରେ ଏଭଳି ନିଷ୍ପତ୍ତି

 Breaking News

ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ, ସରକାରଙ୍କ ପ୍ରତିଶ୍ରୁତି ପରେ ଏଭଳି ନିଷ୍ପତ୍ତି

ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ, ସରକାରଙ୍କ ପ୍ରତିଶ୍ରୁତି ପରେ ଏଭଳି ନିଷ୍ପତ୍ତି
August 26
11:52 2025

ଭୁବନେଶ୍ୱର, ୨୬/୮ : ଦୀର୍ଘ ୧୫ ଦିନ ଧରି ଜାରି ରହିଥିବା ରାଜ୍ୟ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ ରହିଛି । ଅମଲା ସଂଘ ମଙ୍ଗଳବାର ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି ।
ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଫଳରେ ଆଜିଠାରୁ ଅମଲା କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବେ । ଏନେଇ ସଂଘର ସଭାପତି ତ୍ରିପତି ବାଲାଜୀ ସୂଚନା ଦେଇଛନ୍ତି।
ଗତ ୧୧ ତାରିଖରୁ ବିଭିନ୍ନ ଦାବି ନେଇ ୧୫ ଦିନ ହେବ ଅମଲା କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିଲେ । କ୍ୟାଡର ପୁନର୍ଗଠନ ତାଙ୍କର ପ୍ରମୁଖ ଦାବି ରହିଥିଲା ।
ଶନିବାର ରାଜସ୍ୱ ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ମଧ୍ୟ ଅମଲା ସଂଘ ଆନ୍ଦୋଳନରୁ ଓହରିନଥିଲା । ଏହା ସମୟ ସାପେକ୍ଷ ବ୍ୟବସ୍ଥା ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ । ଗତକାଲି ପୁଣି ଥରେ ମୁଖ୍ୟ ସଚିବଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।
ଗତ ୧୨ ତାରିଖରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ସମୂହ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଅନୁପସ୍ଥିତ ଦିନର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031