Indus Valley Times

‘ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ’

 Breaking News

‘ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ’

‘ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ’
September 24
17:02 2024

ପୁରୀ, ୨୪/୯: ତିରୁପତି ଲଡ଼ୁକୁ ନେଇ ବିବାଦ ଏବେ ସାରା ଦେଶରେ ଭକ୍ତଙ୍କ ମନରେ ଏକ ବଡ଼ ସନ୍ଦେହ ସୃଷ୍ଟି କରିଛି । ତେବେ ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ମହାପ୍ରସାଦ ଏବଂ ଘିଅର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
ଦକ୍ଷିଣ ଭାରତର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ଲଡୁ ପ୍ରସାଦରେ ଗୋ ମାଂସ ଚର୍ବି ଏବଂ ମାଛ ତେଲ ମିଶୁ ଥିବା ଅଭିଯୋଗ ଆସିବା ପରେ ଏବେ ଦେଶର ସମସ୍ତ ମନ୍ଦିରରେ ପ୍ରସାଦ ମାନକୁ ନେଇ ପ୍ରଶ୍ନ ଉଠିଛି । ଏହି ବିବାଦ ଦିନକୁ ଦିନ ରାଜନୈତିକ ରୂପ ମଧ୍ୟ ନେଲାଣି । ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ଏବଂ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । କେହି କେହି ମହାପ୍ରସାଦ ଏବଂ ଘିଅର ମାନ ଯାଞ୍ଚ କରିବାକୁ ମଧ୍ୟ ଦାବି କଲେଣି । ମଙ୍ଗଳବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଯେ ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିକୁ ନେଇ କୌଣସି ପ୍ରକାର ଅଭିଯୋଗ ଆସି ନାହିଁ । ତିରୁପତି ଲଡୁକୁ ନେଇ ବିବାଦ ଆସିବା ପରେ ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ମହାପ୍ରସାଦ ଏବଂ ଘିଅର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଜିଲ୍ଲାପାଳ କହିଛନ୍ତି ଯେ ମହାପ୍ରସାଦ ତିଆରି ପାଇଁ ବ୍ୟବହୃତ ହେଉଥିବା ଘିଅ ଏବଂ ଦୀପର ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ କରାଯିବ । ଏନେଇ ଓମ୍‌ଫେଡ୍‌, ସୁଆର ମହାସୁଆର ନିଯୋଗ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ । ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଆମେ ଆଲୋଚନା କରିବୁ । ଆବଶ୍ୟକ ପଡ଼ିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ । ପୁରୀ ଶ୍ରୀନ୍ଦିରରେ ଦୀପରେ ଓମଫେଡ୍ ତିଆରି ଘିଅ ବ୍ୟବହାର କରାଯାଉଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31