Indus Valley Times

ଆମ୍ବ ଗୋଟାଇବାକୁ ଯାଇଥିଲେ; ଦଳିଦେଲା ହାତୀ

 Breaking News

ଆମ୍ବ ଗୋଟାଇବାକୁ ଯାଇଥିଲେ; ଦଳିଦେଲା ହାତୀ

ଆମ୍ବ ଗୋଟାଇବାକୁ ଯାଇଥିଲେ; ଦଳିଦେଲା ହାତୀ
June 08
11:05 2024

ଅନୁଗୋଳ, ୮/୬: ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ଏଭଳି ଘଟଣା ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ଅଁଳାବେରେଣି ଗାଁରେ ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ଆଶା ଦେହୁରୀ।
ଶନିବାର ସକାଳେ ଆଶା ଆମ୍ବ ଗୋଟାଇବାକୁ ଘର ନିକଟ ବଗିଚାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କବଳରୁ ନିଜ ଜୀବନ ବଞ୍ଚାଇବାକୁ ସେ ଦୌଡ଼ି ଥିଲେ। ହାତୀଟି ତାଙ୍କୁ ଗୋଡ଼ାଇଥିଲା। ପରେ ତାଙ୍କୁ ଶୁଣ୍ଢରେ ଟେକି ନେଇ ତଳେ କଚାଡି ଦଳି ଦେଇଥିଲା।
ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି। ବୃଦ୍ଧାଙ୍କୁ ମୃତ୍ୟୁକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି। ମୃତ ବୃଦ୍ଧାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031