Indus Valley Times

ଆମ୍ବ ଟାକୁଆ ଟ୍ରାଜେଡି, ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

 Breaking News

ଆମ୍ବ ଟାକୁଆ ଟ୍ରାଜେଡି, ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଆମ୍ବ ଟାକୁଆ ଟ୍ରାଜେଡି, ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
November 05
20:04 2024

ଭୁବନେଶ୍ୱର,୫/୧୧: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ୍ବ ଟାକୁଆ ମୃତ୍ୟୁ ମାମଲାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନ୍ୟପକ୍ଷରେ ଏ ନେଇ କଂଗ୍ରେସ ରାଜନୀତି ଆରମ୍ଭ କରିଛି । ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରା ପ୍ରସାଦ ବାହିନୀ ପତି, ବିଧାୟିକା ସୋଫିଆ ଫିର୍ଦ୍ଦୋଷ୍, ମହମ୍ମଦ ମୋକିମ୍, ଶ୍ରୀକାନ୍ତ ଜେନା, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନାଙ୍କ ସହ ବହୁ ବରିଷ୍ଠ ନେତା ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ହୋଇପଡ଼ିଥିଲେ । ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ମୃତକ ଦ୍ଵୟ ହେଲେ ରୁନି ମାଝୀ (୩୦) ଓ ରମିତା ପାଟମାଝୀ (୨୮) । ଗୁରୁତରମାନେ ହେଲେ ପ୍ରଭାତୀ ମାଝୀ (୩୨), ସୁସନା ମାଝୀ( ୩୫), ଦିଶ ମାଝୀଙ୍କ ପତ୍ନୀ ଜିତା ମାଝୀ (୩୦), କୁପିସା ପାଟମାଝୀଙ୍କ ସ୍ତ୍ରୀ ଦ୍ରେଙ୍ଗାଲୁ ପାଟମାଝୀ (୫୫), କୁମ୍ଭାରା ମାଝୀଙ୍କ ପତ୍ନୀ ଜୀବନ୍ତି ପାଟମାଝୀ (୩୦) ଓ ସୁବୋଧ ମାଝୀଙ୍କ ପତ୍ନୀ ଟୁନି ମାଝୀ(୪୫ )। ମୃତକ ଓ ୬ ଗୁରୁତର ସମସ୍ତେ ମହିଳା ।
ଘଟଣାରେ ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ ଯେ ଜିଲ୍ଲାରେ ଚାଉଳରେ କୌଣସି ଅଭାବୀ ନାହିଁ । ଚାଉଳ ଉଠାଯାଇଛି ଏବଂ ବଣ୍ଟା ମଧ୍ୟ ଯାଇଛି । କିନ୍ତୁ ଆମ୍ବ ଟାକୁଆ ନୁହେଁ ବରଂ ବାସି ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଥିଲା କହିଛନ୍ତି ମନ୍ତ୍ରୀ ।
ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ । କିନ୍ତୁ ବାସି ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ କହିଥିଲେ । ତେବେ ଏହି ମାମଲାରେ ପୂର୍ବରୁ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930