Indus Valley Times

ଆରବିଆଇ ଜାରି କଲା ନୂଆ ନିୟମ, ବ୍ୟାଙ୍କ ଲକର ଚୋରି ହେଲେ ମିଳିବ କ୍ଷତିପୂରଣ

 Breaking News

ଆରବିଆଇ ଜାରି କଲା ନୂଆ ନିୟମ, ବ୍ୟାଙ୍କ ଲକର ଚୋରି ହେଲେ ମିଳିବ କ୍ଷତିପୂରଣ

ଆରବିଆଇ ଜାରି କଲା ନୂଆ ନିୟମ, ବ୍ୟାଙ୍କ ଲକର ଚୋରି ହେଲେ ମିଳିବ କ୍ଷତିପୂରଣ
April 21
12:12 2022

ନ୍ରୂଆଦିଲ୍ଲୀ,୨୧/୪: ରିଜଭ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ହେଲା ନୂଆ ନିୟମ । ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜାରି କରି ନୂଆ ବ୍ୟାଙ୍କ ଲକର ନିୟମ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁ କରିବାକୁ କହିଛି । ବ୍ୟାଙ୍କରେ ଲକର ନେଉଥିବା ଗ୍ରାହକଙ୍କ ଅଭିଯୋଗ ଉପରେ ଆରବିଆଇ ଏହି ନିୟମ ଜାରି କରିଛି । ନୂଆ ନିୟମ ଲାଗୁର ଫାଇଦା ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ ।
ଅଧିକାଂଶ ସମୟରେ ବ୍ୟାଙ୍କ ଲକରରୁ ଚୋରି ହେବାର ଅଭିଯୋଗ ଆସିଥାଏ । ଏବେ ବ୍ୟାଙ୍କ ଲକରରୁ କିଛି ବି ଚୋରି ହେଲେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଲକର ଭଡାର ୧୦୦ଗୁଣ କ୍ଷତିପୂରଣ ଦିଆଯିବ । ବ୍ୟାଙ୍କ ଲକରରୁ ଚୋରି ହେଲେ ବ୍ୟାଙ୍କ ସଫାସଫା କହିଦେଉଥିଲା ଯେ, ବ୍ୟାଙ୍କ ସେଥିପାଇଁ ଦାୟୀ ନୁହେଁ ବୋଲି ।
ଆରବିଆଇ ଏହା ମଧ୍ୟ କହିଛି ଯେ, ବ୍ୟାଙ୍କଗୁଡିକୁ ଖାଲି ଲକରର ତାଲିକା, ଲକର ପାଇଁ ଓ୍ବେଟିଙ୍ଗ ତାଲିକା ନମ୍ବର ଡିସ୍ପ୍ଲେ କରିବାକୁ ପଡିବ । ଏହାଦ୍ବାରା ଲକର ସିଷ୍ଟମରେ ଅଧିକ ସ୍ବଚ୍ଛତା ଆସିବ ବୋଲି ଆଶା କରାଯାଉଛି । ଆରବିଆଇର କହିବା ଅନୁସାରେ ବ୍ୟାଙ୍କ ଗ୍ରାହକଙ୍କୁ ଅନ୍ଧାରରେ ରଖିପାରିବେ ନାହିଁ । ସଠିକ୍ ସୂଚନା ପାଇବା ସେମାନଙ୍କ ଅଧିକାର । ଏବେ ଯେତେବେଳେ ବି ଆପଣ ଆପଣଙ୍କ ଲକର୍ ଆକ୍ସେସ୍ କରିବେ ବ୍ୟାଙ୍କ ଜରିଆରେ ଆପଣଙ୍କୁ ଇମେଲ୍ କିମ୍ବା ମେସେଜ୍ ଜରିଆରେ ଆଲର୍ଟ କରାଯିବ ।
ନୂଆ ନିୟମ ଅନୁସାରେ ବ୍ୟାଙ୍କକୁ ସର୍ବାଧିକ ୩ ବର୍ଷର ଭଡା ହେବାର ଅଧିକାର ଅଛି । ଲକର ରୁମ୍କୁ ଏବେ ସିସିଟିଭି ଜଗିବା ଜରୁରୀ । ଏହାସହ ସିସିଟିଭି ଫୁଟେଜ୍ର ଡାଟା ୧୮୦ ଦିନ ପର‌୍ୟ୍ୟନ୍ତ ରଖାଯିବ । ଚୋରି କିମ୍ବା ଅନ୍ୟ କୌଣସି ଅଭିଯୋଗ ଆସିଲେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିପାରିବ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031