Indus Valley Times

ଆଳୁ ପାଇଁ ଓଡ଼ିଶା କାହା ଉପରେ ନିର୍ଭର କରିବନି, ଚାଷୀ ମାରଣ ନୀତି ବରଦାସ୍ତ କରାଯିବନି

 Breaking News

ଆଳୁ ପାଇଁ ଓଡ଼ିଶା କାହା ଉପରେ ନିର୍ଭର କରିବନି, ଚାଷୀ ମାରଣ ନୀତି ବରଦାସ୍ତ କରାଯିବନି

ଆଳୁ ପାଇଁ ଓଡ଼ିଶା କାହା ଉପରେ ନିର୍ଭର କରିବନି, ଚାଷୀ ମାରଣ ନୀତି ବରଦାସ୍ତ କରାଯିବନି
February 17
12:29 2025

ଆଳୁ ପାଇଁ ଓଡ଼ିଶା କାହା ଉପରେ ନିର୍ଭର କରିବନି, ଚାଷୀ ମାରଣ ନୀତି ବରଦାସ୍ତ କରାଯିବନି
ଭୁବନେଶ୍ବର, ୧୭/୨: ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ ,ସେଠି ମଣ୍ଡି ବ୍ୟବସ୍ତା ଖୁବ୍ ଶୀଘ୍ର ହେବ ଏବଂ ସେଠାକୁ ଚାଷୀ କିଭଳି ଆଣି ନିଜ ଶସ୍ୟ ବିକିବେ ତାହାର ବ୍ୟବସ୍ଥା କରାଯିବା ସହ ଅତିରିକ୍ତ ପ୍ରଡକ୍ଟକୁ କିଭଳି ଷ୍ଟୋର କରି ରଖିବେ ତା ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ ପାଇଁ ଯୋଜନା କରାଯାଉଛି। ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଉଛୁ। ପ୍ରତ୍ୟେକ ଚାଷୀଙ୍କୁ ତାଙ୍କର ମାନ୍ୟତା ମିଳିବ। ଚାଷୀଙ୍କର ଉତ୍ପାଦ ନଷ୍ଟ ହେବ ନାହିଁ , ସଠିକ୍ ଦାମ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି। ତୁରନ୍ତ ପଦକ୍ଷେପ ନିଆଯିବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930