Indus Valley Times

ଆଶ୍ୱିନରେ ଶୀତର ଝଲକ, କନ୍ଧମାଳରେ କୁହୁଡି ସହ କୋହଲା ପାଗ

 Breaking News

ଆଶ୍ୱିନରେ ଶୀତର ଝଲକ, କନ୍ଧମାଳରେ କୁହୁଡି ସହ କୋହଲା ପାଗ

September 21
11:55 2024

କନ୍ଧମାଳ, ୨୧/୯ : କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଘନ କୁହୁଡି। ଘନ କୁହୁଡି ର ଚାଦର ସାରା ଜିଲ୍ଲାକୁ ଘୋଡେ଼ଇ ରଖୁଛି। ବିଳମ୍ବିତ ରାତି ଠାରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଘନ କୁହୁଡି
କୁହୁଡି ବଢ଼ି ବଢ଼ି ସକାଳ ପ୍ରାୟ ୮ ଟା ଯାଏଁ ରହୁଛି। ଚଳିତ ବର୍ଷର ଘନ କୁହୁଡି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଫଳରେ ଟିକେ ଟିକେ ହାଲୁକା ଶୀତ ମଧ୍ୟ ଅନୁଭୂତ ହେଲାଣି। ଆଗକୁ ଜିଲ୍ଲାରେ ପହିଲି ଶୀତର ଆଗମନର ସଙ୍କେତ ଦେଇଛି ଏହି ଘନ କୁହୁଡି। ତେବେ କୁହୁଡି ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା ହେଉଛି। ପ୍ରାୟ ୨୦ ମିଟର ରାସ୍ତା ଏହି କୁହୁଡି ଯୋଗୁଁ ଦୃଶ୍ୟମାନ ହେଉନାହିଁ। ଘାଟି ରାସ୍ତାରେ ସତର୍କତାର ସହିତ ଗାଡ଼ି ଚଲାଇବାକୁ ଜିଲ୍ଲା ପରିବହନ ବିଭାଗ ପରାମର୍ଶ ଦେଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930