Indus Valley Times

ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ୨୭୫ କୋଟିର ଭୂତଳ ପ୍ରାସାଦ

 Breaking News

ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ୨୭୫ କୋଟିର ଭୂତଳ ପ୍ରାସାଦ

March 14
15:38 2022

ଭୁବନେଶ୍ୱର ୧୪।୦୩ : ବିଧାୟକଙ୍କ ପାଇଁ ୧୭୫ କୋଟି ଟଙ୍କା ବୟବରାଦରେ ନିର୍ମିତ ହେବ ଭୁତଳ ପ୍ରଶାଦ । ଏହା

 ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସୋମବାର ଦିନ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର କହିଛନ୍ତି ।

ତେବେ ବିଧାୟକଙ୍କ ପାଇଁ ଭୂତଳ ପ୍ରାସାଦ ନିର୍ମିତ ଲାଗି ପ୍ରାରମ୍ଭିକ ପର‌୍ୟ୍ୟାୟରେ ଓବିସିସି ଚିଫ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଉଛି । ଅବଶିଷ୍ଠ ୨୨୫ କୋଟି ଟଙ୍କା ଅର୍ଥ ବିଭାଗ ଦେବ। ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯିବ। ବିଧାୟକ କ୍ୱାଟର ନିର୍ମାଣ କାର‌୍ୟ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ଏହି ଅବସରରେ ବାଚସ୍ପତି କହିଛନ୍ତି ଯେ, ବିଧାୟକ କଲୋନୀରେ ଏବେବି ୭ ଜଣ ବିଧାୟକ କ୍ୱାଟର ଛାଡିବେ। ସେମାନଙ୍କ ସହ ଫୋନ ଯୋଗେ ଆଲୋଚନା କରାଯାଇଛି । ଚଳିତ ମାସ ୧୮ରୁ ୨୫ ମଧ୍ୟରେ ସମସ୍ତେ ଘର ଛାଡିବେ । ଏହା ପରେ ପୁରୁଣା ଘର ଭଙ୍ଗାଯିବ। କ୍ୱାଟର ନିର୍ମାଣ ପାଇଁ ଟେଣ୍ଡର ସରିଛି । ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ।

ତେବେ ଆଗାମୀ ୧୫ ଦିନ ମଧ୍ୟରେ ଫାଇନାଲ କରି କାର‌୍ୟ୍ୟାଦେଶ ଦିଆଯିବ। ମୋଟ ୩୦୦ କ୍ୱାଟର ନିର୍ମାଣ କରାଯିବ । କିଛି କ୍ୱାଟର ୧୧ ମହଲା ହେବାକୁ ଥିବା ବେଳେ କିଛି ୧୦ ମହଲା ହେବ। ତେବେ ୧୩୦ ଟି କ୍ୱାଟର ବିଧାୟକଙ୍କ ପାଇଁ  ରହିବ । ଏଥିରେ Type –VII ଓ 25 ଗୋଟି – Type –V କ୍ୱାଟର ରହିବ। ଆଇଏଏସ ଅଧିକାରୀଙ୍କ ପାଇଁ ବି କିଛି କ୍ୱାଟର ରହିବ। ଏହି ବିଲ୍ଡିଂରେ ମାର୍କେର କମ୍ପ୍ଲେକ,ମେଡ଼ିକାଲ ବ୍ୟବସ୍ଥା,୨ ହଜାର ଲୋକ ଭୋଜି ଖାଇବା ପରି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031