Indus Valley Times

ଆସାମରେ ବନ୍ୟା ଓ ଭୂ-ସ୍ଖଳନ: ସଡ଼କ ଓ ରେଳମାର୍ଗ ବନ୍ଦ,୨ଲକ୍ଷରୁ ଛର୍ଦ୍ଧ ଲୋକ ପ୍ରଭାବିତ

 Breaking News

ଆସାମରେ ବନ୍ୟା ଓ ଭୂ-ସ୍ଖଳନ: ସଡ଼କ ଓ ରେଳମାର୍ଗ ବନ୍ଦ,୨ଲକ୍ଷରୁ ଛର୍ଦ୍ଧ ଲୋକ ପ୍ରଭାବିତ

May 17
17:47 2022

ଗୌହାଟି ୧୭।୫: ଆସାମରେ ପ୍ରକୃତି ତାର କରାଳ ରୂପ ଦେଖାଇଛି । ଆସମରେ ବନ୍ୟା ବିତ୍ପାତ ଯୋଗୁଁ ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ନାଁହି ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରାଜ୍ୟର କଚ୍ଛାର, ଚରାଇଦେବ, ଦରାଙ୍ଗ, ଧେମାଜି, ଦିବ୍ରୁଗଡ ଓ ଦିମା ହସାଓ ସମେତ ୨୪ ଜିଲ୍ଲାରେ ଏପର‌୍ୟ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ତତଜନିତ ଭୂ-ସ୍ଖଳନରେ ଏପର‌୍ୟ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହେଲାଣି। ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏଏସଡିଏମଏ)ଙ୍କ ଅନୁସାରେ ବର୍ଷା ପରବର୍ତ୍ତି ଭୂ-ସ୍ଖଳନ ଯୋଗୁ ପାହାଡି ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।
ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବ୍ୟହତ ହୋଇଥିବା ବେଳେ ମେ ୧୫ ତାରିଖରୁ ହାଫଲୋଙ୍ଗ ଆଡକୁ ଯାଉଥିବା ସମସ୍ତ ସଡକ ଓ ରେଳମାର୍ଗ ବନ୍ଦ କରିଦିଆଯାଇଛି। ଲଗାଣ ବର୍ଷା ଯୋଗୁ ଅନେକ ଜିଲ୍ଲାରେ ସଡ଼କ ଓ ପୋଲ ଭସାଇ ନେଇଛି। ନଦୀ ସବୁ ଏବେ ବିପଦ ସଂକେତ ଉପରେ ପ୍ରବାହୀତ ହେଉଥିବା ବେଳେ ଖରାଟିଆ ଚାଷ ଉଜୁଡି ଯାଇଛି। କଚ୍ଛାର ଜିଲ୍ଲାରେ ବନ୍ୟାରେ ଭାସି ଯାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିମା ହସାଓ ଜିଲ୍ଲାରେ ଭୂ-ସ୍ଖଳନ ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି।
ବନ୍ୟା ଯୋଗୁ ୨୦ ଜିଲ୍ଲାର ୪୬ ରାଜସ୍ୱ ମଣ୍ଡଳଙ୍କ ମୋଟ ୬୫୨ଟି ଗାଁ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାକୁ ୭ଟି ଜିଲ୍ଲାରେ ୫୫ଟି ରିଲିଫ କେନ୍ଦ୍ର ସ୍ଥାପିତ ହୋଇଛି। ଏନଡିଆରଏଫ, ସେନା, ଏସଡିଆରଏଫ ଜବାନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031