Indus Valley Times

ଆସିଲା ‘ଭାରତ ଅଟା’, ୨୭ ଟଙ୍କା ୫୦ ପଇସାରେ ମିଳିବ

 Breaking News

ଆସିଲା ‘ଭାରତ ଅଟା’, ୨୭ ଟଙ୍କା ୫୦ ପଇସାରେ ମିଳିବ

November 06
20:00 2023

ନୂଆଦିଲ୍ଲୀ,୬/୧୧ : ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ସଂପର୍କରେ ଘୋଷଣା କରିବାର ଦୁଇଦିନ ପରେ ମୋଦୀ ସରକାର ଆଉ ଏକ ବଡ଼ ଘୋଷଣା କରିଛନ୍ତି ।
ସରକାର ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ ଅଟା ବିକ୍ରି କରିବେ । ଏହାର ନାଁ ରଖାଯାଇଛି ଭାରତ ଅଟା । ମୋବାଇଲ ଭ୍ୟାନ ମାଧ୍ୟମରେ ସବୁ ରାଜ୍ୟରେ ଏହି ଅଟା ବିକ୍ରି କରାଯିବ ।
କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ଡେଲିଭରି ଯାନ (ମୋବାଇଲ୍ ଭ୍ୟାନ୍)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତ ଅଟା ୧୦ କେଜି ୩୦ କେଜି ପ୍ୟାକରେ ଉପଲବ୍ଧ ହେବ।
ଏହି ଅଟା ସାରା ଦେଶରେ ୨ ହଜାର ଆଉଟଲେଟରେ ଉପଲବ୍ଧ ହେବ । ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍), ସଫାଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ।
ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଏବେ ଦେଶରେ ଅଟାର ହାରାହାରି ଦର କିଲୋ ପିଛା ୩୫ ଟଙ୍କା ରହିଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031