Indus Valley Times

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଧର୍ମଗଡ଼ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

 Breaking News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଧର୍ମଗଡ଼ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

May 19
10:23 2026

ଭୁବନେଶ୍ୱର, ୧୯ /୫ : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭୁବନେଶ୍ୱର ଶବର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଚଢାଉ ଜାରି ରହିଛି । ଆଜି ସକାଳ ୬ଟା ରୁ ଭିଜିଲାନ୍ସ ର ସ୍ୱତନ୍ତ୍ର ଟିମ୍ ସଦର ବ୍ଲକ ଗୋସାଣୀମୁଣ୍ଡା ସ୍ଥିତ ଘରେ, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, କିଟ୍ ପଦର୍ ରେ ସ୍ଥିତ ଫାର୍ମ ହାଉସ, ଧର୍ମଗଡ ଏବଂ ଭବାନୀପାଟଣା ସ୍ଥିତ ଅଫିସରେ ଚଢ଼ାଉ କରାଯାଉଛି।
ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର ଇଋଋ ଅର୍ଥାତ୍ ସହକାରୀ କାର‌୍ୟ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କ ଘରେ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଚଢାଉ ହୋଇଛି।
ଭବାନୀପାଟଣାର ଗୋସାଣିମୁଣ୍ଡାରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, କିଟପଦରରେ ତାଙ୍କର ଫାର୍ମ ହାଉସ,ଦୁଆରସୁନିରେ ଥିବା ନିର୍ମାଣାଧୀନ କୋଠା, କାର‌୍ୟ୍ୟାଳୟ, ସରକାରୀ ଆବାସିକ ବାସସ୍ଥାନ ଓ କୋକସରା, କୁସୁମଖୁଣ୍ଟିର ନିଜ ଗ୍ରାମରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାରେ ଚଢାଉ ଜାରି ରହିଛି। ଚଢାଉ ସମୟରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031