Indus Valley Times

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

 Breaking News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
June 29
11:19 2022

କଟକ,୨୯/୬ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ପ୍ରଭାତ ରାଉତଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି ।
କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘର, ବାରଙ୍ଗ ଘର, ଡମପଡ଼ା ଅଫିସ୍ ଓ ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ଥିବା ଯନ୍ତ୍ରୀଙ୍କ ଭାଇ ଘରେ ମଧ୍ୟ ରେଡ୍ ଚାଲିଛି। । ୧୦ ଇନ୍ସପେକ୍ଟର, ୪ ଡିଏପ୍ସି ଚଢ଼ାଉରେ ସାମିଲ ହୋଇଛନ୍ତି।
ଚଢ଼ାଉ ସମୟରେ ପ୍ରଭାତ ରାଉତ ଓ ତାଙ୍କ ପତ୍ନୀଙ୍କ ନାଁରେ ୨୦ଟି ବ୍ୟାଙ୍କ ଆକାଉଣ୍ଟ ଥିବା ସୂଚନା ମିଳିଛି। ସେଭିଙ୍ଗ ଆକାଉଣ୍ଟରେ ୩୫ ଲକ୍ଷ ୪୮ ହଜାର ୮୩୨ ଟଙ୍କା ରହିଛି। ଏହାବାଦ ୮ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ବୀମା କାଗଜପତ୍ର ମିଳିଛି।
ଚଢ଼ାଉ ଶେଷ ହୋଇ ନ ଥିବାରୁ ସମସ୍ତ ସମ୍ପତ୍ତିର ଠିକ୍ ଭାବେ ଆକଳନ ହୋଇପାରିନି। ଚଢ଼ାଉ ଶେଷ ହେବା ପରେ ଏ ସମ୍ପର୍କରେ ଭିଜିଲାନ୍ସ ଅଧିକାରୀ ସୂଚନା ଦେବେ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031