Indus Valley Times

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଚଢ଼ାଉ

 Breaking News

October 12
13:57 2026

ଭୁବନେଶ୍ୱର/ଧର୍ମଶାଳ,୧୨/୧୦: ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି। ଏହା ସହ ତାଙ୍କ ନାମରେ ଭୁବନେଶ୍ୱର ଓ ଗଞ୍ଜାମ ଜିଲାରେ ଏକାଧିକ ବହୁତଳ କୋଠା ଥିବା ମଧ୍ୟ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ପାତ୍ରପଡ଼ାରେ ତାଙ୍କର ଏକ ତିନି ମହଲା କୋଠା ଠାବ ହୋଇଛି। ସେହିପରି ଗଞ୍ଜାମ ଜିଲାର ପି. ନୂଆଗାଁରେ ଆଉ ଦୁଇଟି ବହୁତଳ କୋଠା ଥିବା ଜଣାପଡ଼ିଛି।
ଏହାବ୍ୟତୀତ ଭୁବନେଶ୍ୱର, ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ମୋଟ ୧୯ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ରହିଛି। ଏତେ ସଂଖ୍ୟକ ପ୍ଲଟ୍ ଓ ବହୁତଳ କୋଠା ଠାବ ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ତେବେ ଠାବ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ, ଆୟର ଉତ୍ସ ଏବଂ ଅନ୍ୟାନ୍ୟ ଆର୍ଥିକ ତଥ୍ୟ ସମ୍ପର୍କରେ ସବିଶେଷ ସୂଚନା ମିଳିବା ପରେ ଘଟଣାର ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30