Indus Valley Times

ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 Breaking News

ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

July 25
10:54 2022

ନୂଆଦିଲ୍ଲୀ, ୨୫/୭: ସୋମବାର ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲରେ ପୂର୍ବାହ୍ନ ୧୦.୧୩ରେ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍. ଭି. ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାସଂଦ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲାବେଳେ ବିାହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଉତ୍ସବରେ ଯୋଗ ଦେଇ ପାରିନାହାନ୍ତି।

ଏହାପୂର୍ବରୁ, ରାଜଘାଟରୁ ଯାଇ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି-ନିର୍ବାଚିତା ଦ୍ରୌପଦୀ ମୁର୍ମୁ ଓ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜାତୀୟ ଅଭିବାଦନ ଜଣାଇଥିଲେ। ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ ଏବଂ ସବିତା କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିଥିଲେ।
୬୪ ବର୍ଷୀୟ ମୁର୍ମୁ ହେଉଛନ୍ତି ଦେଶର ସର୍ବକନିଷ୍ଠା, ପ୍ରଥମ ଜନଜାତି ସମ୍ପ୍ରଦାୟର ଏବଂ ଦେଶ ସ୍ବାଧୀନ ହେବା ପରେ ଜନ୍ମିତା ରାଷ୍ଟ୍ରପତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031