Indus Valley Times

ଏଣିକି ପ୍ରତି ମାସରେ ରାସନ କାର୍ଡଧାରୀଙ୍କୁ ମିଳିବ ଗହମ

 Breaking News

ଏଣିକି ପ୍ରତି ମାସରେ ରାସନ କାର୍ଡଧାରୀଙ୍କୁ ମିଳିବ ଗହମ

ଏଣିକି ପ୍ରତି ମାସରେ ରାସନ କାର୍ଡଧାରୀଙ୍କୁ ମିଳିବ ଗହମ
July 10
21:10 2025

ଭୁବନେଶ୍ୱର,୧୦/୭ : ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଚଳିତ ମାସରେ ରାସନ କାର୍ଡଧାରୀ ଖାଉଟିଙ୍କୁ ଗହମ ଯୋଗାଇ ଦିଆଯିବ। ରାଜ୍ୟରେ ଉପଲବ୍ଧ ଗହମ ତୁରନ୍ତ ଖାଉଟିଙ୍କୁ ବଣ୍ଟନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ପାତ୍ର କହିଛନ୍ତି ଯେ, ରାଜ୍ୟକୁ ଯେତିକି ଗହମ ପ୍ରାପ୍ତ ହୋଇଛି, ତାହା ରାସନ କାର୍ଡଧାରୀଙ୍କୁ ବିତରଣ କରାଯିବ। ସେ ଆହୁରି କହିଛନ୍ତି, “କେନ୍ଦ୍ର ସରକାରଙ୍କଠାରୁ ପରବର୍ତ୍ତୀ ପର‌୍ୟ୍ୟାୟରେ ଗହମ ଆସିଲେ ମଧ୍ୟ ଖାଉଟିଙ୍କୁ ତାହା ଯୋଗାଇ ଦିଆଯିବ।” ଏହା ପୂର୍ବରୁ ମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ମନ୍ତ୍ରୀଙ୍କ ନିକଟରେ ଗହମ ଯୋଗାଣ ବୃଦ୍ଧି ପାଇଁ ଦାବି ରଖିଥିଲେ। ସେ ଜଣାଇଛନ୍ତି ଯେ, ଲୋକଙ୍କ ଗହମ ପ୍ରତି ଚାହିଦାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930