Indus Valley Times

ଏଥର ପରଦା ପଛରେ ନୁହେଁ, ଭକ୍ତ କରିବେ ସିଧାସଳଖ ଗଣେଷ ଦର୍ଶନ: ବିଏମ୍ସି କମିସନର

 Breaking News

ଏଥର ପରଦା ପଛରେ ନୁହେଁ, ଭକ୍ତ କରିବେ ସିଧାସଳଖ ଗଣେଷ ଦର୍ଶନ: ବିଏମ୍ସି କମିସନର

August 24
13:44 2022

ଭୁବନେଶ୍ୱର,୨୪/୮: ଆସନ୍ତା ବୁଧବାର ହେଉଛି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ପୂଜା ପାଇବେ ବିଘ୍ନ ବିନାଶନ । ଗତ ୨ ବର୍ଷ କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଏଥର ଲାଗୁ ହେବନି କୌଣସି କଟକଣା, ଭକ୍ତ ଓ ଭଗବାନ ମଧ୍ୟରେ ରହିବନି କୌଣସି ପରଦା।
ଏଥର ଧୁମଧାମରେ କଟକଣାବିହୀନ ଗଣେଶ ପୂଜା ପାଳିବେ ରାଜଧାନୀବାସୀ। ଆଜି ଏନେଇ ବିଏମ୍ସି କମିଶନର ସୂଚନା ଦେବା ପରେ ରାଜଧାନୀବାସୀଙ୍କ ଖୁସି ବନ୍ଧବାଡ଼ ମାନୁନି। ୨ ବର୍ଷ ପରେ ଏପରି ସୁଯୋଗ ପାଖରେ ପାଇ ସେମାନଙ୍କ ଆନନ୍ଦ କହିଲେ ନ ସରେ।
ଏନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, କୋଭିଡ଼ କଟକଣା ଉଠି ସାରିଛି। ତେଣୁ ଏଥର ରାଜଧାନୀରେ ବିନା କୌଣସି କଟକଣାରେ ଧୁମଧାମରେ ହୋଇପାରିବ ଗଣେଶ ପୂଜା । ଏଥିରେ ଶ୍ରଦ୍ଧାଳୁ ବି ସାମିଲ ହୋଇପାରିବେ। ଏଥର ଆଉ ପରଦା ଆଡ଼ୁଆଳରେ ନୁହେଁ, ଭକ୍ତ ସିଧାସଳଖ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ। ହେଲେ କଟକଣା ଉଠିଥିଲେ ବି ମାସ୍କ ବ୍ୟବହାର କରିବାକୁ ସେ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି।
ଏବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ। କୁଆଖାଇ ଓ ଦୟାନଦୀରେ ପ୍ରସ୍ତୁତ ୨ଟି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031