Indus Valley Times

ଏପଟେ ଘନଘନ ବିଦ୍ୟୁତ୍‌କାଟ୍ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍‌

 Breaking News

ଏପଟେ ଘନଘନ ବିଦ୍ୟୁତ୍‌କାଟ୍ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍‌

ଏପଟେ ଘନଘନ ବିଦ୍ୟୁତ୍‌କାଟ୍ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍‌
June 08
20:05 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୮/୬: ଗୋଟିଏ ପଟେ ଘନଘନ ବିଦ୍ୟୁତ୍ କାଟ୍‌କୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ୍‌।
ଏଭଳି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ଲକ୍ଷ୍ମୀ ବଜାରରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଏବେ ଉକ୍ତ ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଅସହ୍ୟ ଗରମ ଗୁଳୁଗୁଳି ଲାଗିରହିଥିବା ବେଳେ ଘନଘନ ବିଦ୍ୟୁତ୍ କାଟ୍ ହେଉଛି।
୩୩ କେଭି ଓ ୧୧ କେଭି ବିଦ୍ୟୁତ୍ ବିଭ୍ରାଟ ଲାଗି ରହିଛି ତୁହାକୁ ତୁହା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କରାଯାଉଛି। ଏହି ସମସ୍ୟା ଦିନରେ ଯେତିକି ଦେଖିବାକୁ ମିଳୁଛି ରାତିରେ ଦ୍ବିଗୁଣିତ ବିଦ୍ୟୁତ୍ କାଟ୍ ହେଉଛି ଏହାକୁ ନେଇ ଉପଭୋକ୍ତା ମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେକେ ଗତ କିଛି ଦିନ ହେଲା ଦାରିଙ୍ଗବାଡ଼ିର ଲକ୍ଷ୍ମୀବଜାରର ଷ୍ଟ୍ରିଟ୍ ଲାଇଟ୍‌କୁ ଦିନରେ ବନ୍ଦ କରାଯାଉନାହିଁ। ଦିନରେ ଆଲୁଅ ଲାଗି ରହିଥିବାରୁ ବ୍ୟବସାୟୀମାନେ ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗୋଟିଏ ପଟେ ଉପଭୋକ୍ତାଙ୍କୁ ନିୟମିତ ବିଦ୍ୟୁତ୍ ଯୋଗାଇବାରେ ବିଫଳ ହେଉଥିବା ବିଦ୍ୟୁତ୍ ବିଭାଗ କିଭଳି ଦିନରେ ଲାଗି ରହିଥିବା ଷ୍ଟ୍ରିଟ୍‌ଲାଇଟ୍‌କୁ କାହିଁକି ବନ୍ଦ କରୁନାହିଁ ସେନେଇ ପ୍ରଶ୍ନ ଉଠୁଛି।
ଶୀଘ୍ର ଏହାର ପଦକ୍ଷେପ ନେଇ ଦିନରେ ଏହାକୁ ବନ୍ଦ କରିବାକୁ ଦାବି ହୋଇଛି। ଅଯଥା ବିଦ୍ୟୁତ୍ ଶକ୍ତି ନଷ୍ଟ ହେବା ସହ ସରକାରଙ୍କ ରାଜସ୍ବ କ୍ଷତି ହେଉଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ବାଲିଗୁଡା ରେ ପାରମ୍ପରିକ ଖାଦ୍ୟ ମେଳା: ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି
ବାଲିଗୁଡା ,୮/୬: କନ୍ଧମାଳ ଜିଲା ବାଲିଗୁଡା କଲ୍ୟାଣ ମଣ୍ଡପ ପରିସରରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ କ୍ରୀଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବାଲିଗୁଡା ବିଡିଓ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ପାରମ୍ପରିକ ଖାଦ୍ୟ ମେଳାରେ ଘରୋଇ ପ୍ରସ୍ତୁତ ଖାଦ୍ୟ ତଥା ପାରମ୍ପାରିକ ଖାଦ୍ୟ ମିଠା, ଛେନା ଝିଲି, ପୋଡ ପିଠା, ରସା ବଳି, ଛେନା ପୋଡ଼, ଏଣ୍ଡୁରୀ ପିଠା, ପୋଡ଼ ପିଠା, ମଣ୍ଡା ପିଠା, ଜଳଖିଆ ରେ ଠୁଙ୍କା ପୁରୀ, ବରା, ଉପମା, ଦହି ବରା, ଚୁଡ଼ା ଘଷା ସହ ପକୋଡି, ଆଳୁ ଚପ୍‌, ସିଙ୍ଗଡ଼ା ଭଳି ସ୍ନାକ୍ସ ଘରେ ପ୍ରସ୍ତୁତି ଖାଦ୍ୟ ପ୍ରତି କିଭଳି ଆଗ୍ରହ ବଢ଼ିବ ସେନେଇ ଏହି ମେଳା ମାଧ୍ୟମରେ ସଚେତନ କରାଯିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜ ଘରେ ଓ ଗାଁରେ କିଭଳି ଅଧିକରୁ ଅଧିକ ଏଭଳି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିବା ସହ ନିଜ ପିଲାମାନଙ୍କୁ, ପରିବାର, ସମ୍ପର୍କୀୟଙ୍କୁ ପାରମ୍ପରିକ ଖାଦ୍ୟ ଖାଇବାକୁ ଉତ୍ସାହିତ କରାଇବେ ସେଥିପାଇଁ ସେମାନଙ୍କୁ ଖାଦ୍ୟ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତା କରାଯାଇଥିଲ। ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ଅଧିକ ପସନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା ।
ଏଥିରେ ବାଲିଗୁଡା ଏନଏସି ଓ ୧୪ ପଞ୍ଚାୟତ ର ୧୪ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସର୍ବୋଚ୍ଚ କୃତିତ୍ୱ ଭାବେ ଚୟନ କରାଯାଇ ଜିଲ୍ଲା ସ୍ତରକୁ ପଠାଯିବ ବୋଲି ସିଡିପିଓ କ୍ରୀଷ୍ଣା ପଣ୍ଡା କହିଛନ୍ତି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ନେହଲତା ସାହୁ , ବିଡିଓ ଅକ୍ଷୟ ମଲ୍ଲିକ ବାଲିଗୁଡା ଉପଖଣ୍ଡ ମେଡିକାଲ ର ଅଧକ୍ଷ ଶୁଭମ ସାହୁକାର ସମେତ ସାଂସଦ ପ୍ରତିନିଧି ପ୍ରମୁଖ ଯୋଗଦେଇ ସୁସ୍ଥ ସ୍ୱାସ୍ଥ୍ୟ ଗଠନ ପାଇଁ ଘରୋଇ ପାରମ୍ପରିକ ଖାଦ୍ୟର ଫାଇଦା ସମ୍ପର୍କରେ ମତ ପ୍ରକାଶ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930