Indus Valley Times

ଏସଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ପୋଲିସ୍, ପୁଅ ନା ଝିଅ ହେବ ତଦନ୍ତ

 Breaking News

ଏସଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ପୋଲିସ୍, ପୁଅ ନା ଝିଅ ହେବ ତଦନ୍ତ

ଏସଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ପୋଲିସ୍, ପୁଅ ନା ଝିଅ ହେବ ତଦନ୍ତ
April 02
20:15 2023

ଭଦ୍ରକ,୨/୪: ସମଲିଙ୍ଗୀ ମହିଳାଙ୍କୁ ଯୌନ ନିର‌୍ୟାତନା ଦେବା ଅଭିଯୋଗରେ ମହିଳା ଏସ୍ଆଇ ଗିରଫ। ଏହି ମହିଳା ଏସ୍ଆଇ ଜଣକ ତପସ୍ୱିନୀ ମହାପାତ୍ର। ସେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ମେରାଇନ୍ ଥାନାରେ କାମ କରନ୍ତି।
ସେ ସ୍ଥାନୀୟ ୱେବ୍ ଚ୍ୟାନେଲ ଜଣେ ସାମ୍ବାଦିକାଙ୍କୁ ବିବାହ କରିବାକୁ ମିଥ୍ୟ ପ୍ରଲୋଭନ ଦେଇ ଯୌନ ନିର‌୍ୟାତନା ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ପରେ ଭଦ୍ରକ ଟାଉନ୍ ଥାନା ପୁଲିସ ଘଟଣାର ପ୍ରାଥମିକ ତଦନ୍ତ ପରେ ସତ୍ୟାସତ୍ୟକୁ ଭିତ୍ତି କରି ମହିଳା ଏସ୍ଆଇ ତପସ୍ୱିନୀଙ୍କୁ ଗିରଫ କରିଛି।
ଏନେଇ ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ କହିଛନ୍ତି, ଗତକାଲି ଜଣେ ମହିଳା ତପସ୍ୱିନୀଙ୍କ ବିରୋଧରେ ଯୌନ ନିର‌୍ୟାତନା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିଲା। ବିବାହର ପ୍ରଲୋଭନ ଦେଇ ଅଭିଯୋଗକାରୀ ମହିଳାଙ୍କ ସହ ତପସ୍ୱିନୀ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ। ତଦନ୍ତରେ ସତ୍ୟତା ଥିବା ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ ମହିଳା ବୋଲି ଡାକ୍ତରୀ ମାଇନାରେ ସ୍ପଷ୍ଟ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031