Indus Valley Times

ଓଡ଼ିଆ ଭାଷାର ଅପବ୍ୟବହାର ସମ୍ପର୍କରେ ବିଡ଼ିଓଙ୍କୁ ଦାବୀପତ୍ର ଦେବାକୁ ଆସି ଧାରଣାରେ ବସିରହିଲେ ବିଜେଡି ନେତା

 Breaking News

ଓଡ଼ିଆ ଭାଷାର ଅପବ୍ୟବହାର ସମ୍ପର୍କରେ ବିଡ଼ିଓଙ୍କୁ ଦାବୀପତ୍ର ଦେବାକୁ ଆସି ଧାରଣାରେ ବସିରହିଲେ ବିଜେଡି ନେତା

ଓଡ଼ିଆ ଭାଷାର ଅପବ୍ୟବହାର ସମ୍ପର୍କରେ ବିଡ଼ିଓଙ୍କୁ ଦାବୀପତ୍ର ଦେବାକୁ ଆସି ଧାରଣାରେ ବସିରହିଲେ ବିଜେଡି ନେତା
February 17
20:20 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୨: ସମ୍ପ୍ରତି ରାଜ୍ୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରରେ ହରଭଙ୍ଗା ବ୍ଲକରେ ଓଡ଼ିଆ ଭାଷା ସବୁଠାରୁ ଅଧିକ ଦୟନୀୟ ଅପଭ୍ରସଂ ର ଶୀକର ହୋଇଛି ।
ଗତ ସାତ ଜାନୁଆରୀ ୨୦୨୬ ରିଖ ଦିନ ଭେଜିଗୋରା ଠାରେ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ନାମ ଫଳକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ଆଗରେ ଶ୍ରା ଲେଖା ଯାଇଥିବା ବେଳେ ଭି ଭି ଜି ରାମଜୀ ର ପ୍ରତ୍ୟକ ପଞ୍ଚାୟତ ଏପରିକି ବ୍ଲକ ମୁଖ୍ୟାଳୟରେ ଝୁଲାଯାଇଥିବା ବ୍ୟାନରରେ ପଞ୍ଚାୟତ ସମିତିର ଭୁଲ ବନାନ ଲେଖାଯାଇଥିଲା ।
ଏହା ପ୍ରତିବାଦରେ ଓଡ଼ିଆ ଭାଷାର ବାରମ୍ବାର ବିକୃତକରଣ ବନ୍ଦ ଦାବୀରେ ଆଜି ବିଜୁ ଜନତାଦଳ ହରଭଙ୍ଗା ବ୍ଲକ କମିଟି ପକ୍ଷରୁ ସଭାପତି ପଙ୍କଜ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ହରି ମିଶ୍ର ରବିଚନ୍ଦ୍ର ପ୍ରଧାନ ବାସୁଦେବ ଦେହୁରୀ ଗରୁଡ଼ ପ୍ରଧାନ କମଲ କୁମାର ଜଗଦଳାକାର୍ତ୍ତିକ ବେହେରା ମକର ଧ୍ୱଜ ମେହେର ସୁଶାନ୍ତ ଭୋକ୍ତା ପ୍ରମୁଖ ବଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବାକୁ ଯିବା ସମୟରେ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ କିମ୍ବା ଏବିଡ଼ିଓ ଅନୁପସ୍ଥିତ ଥିଲେ ।
ତାଙ୍କ ଗସ୍ତସମ୍ପର୍କରେ କୌଣସି ସୂଚନା ମଧ୍ୟ କୌଣସି ଅଧିକାରୀଙ୍କ ପାଖରେ କୌଣସି ସୂଚନା ଅଥବା ନୋଟିସବୋର୍ଡରେ ସୂଚନା ନଥିଲା ସମଗ୍ର ବ୍ଲକର ଜନସାଧାରଣ ବିଭିନ୍ନ ଅଭିଯୋଗ ନେଇ ଆସି ନିରାଶା ହୋଇ ଫେରୁଥିବା ଲକ୍ଷକରି ଏହା ପ୍ରତିବାଦରେ ଦିନ ୧୧ଟା ୩୦ ମିନିଟ ରୁ ଅପରାହ୍ନ ୦୩ଟା ୩୦ ମିନିଟ ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ ।
ଏ ପରିକି ମଧ୍ୟାହ୍ନ ଭୋଜନମଧ୍ୟ ବ୍ଲକ ପରିସସରରେ ବସିଥିବା ଧାରଣାରେମଧ୍ୟାହ୍ନ ଭୋଜନ କରିଥିବା ପାରିଲିକ୍ଷିତ କରାଯାଇଥିଲା ।
ପରେ ପୁରୁଣାକଟକ ଆଇଆଇସି ଙ୍କହସ୍ତକ୍ଷେପ ଫଳରେ ବ୍ଲକ ଆକାଉଣ୍ଟସ ଅଫିସର ଏବଂ ଜିପିଓଙ୍କ ପ୍ରତିଶ୍ରୁତି କ୍ରମେ ଆସନ୍ତାକାଲି ପୂର୍ବାହ୍ନରେ ବିଡ଼ିଓ ଦେଖାକରିବାର ସମ୍ମତ୍ତି ଦେଲେ ଏଣୁ ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ସମ୍ପର୍କରେ ବିଜୁ ଜନତାଦଳ ପକ୍ଷରୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।
ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ନିମିତ୍ତ ବିଜୁ ଜନତାଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930