Indus Valley Times

ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଅଧ୍ୟାୟ, ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

 Breaking News

ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଅଧ୍ୟାୟ, ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

April 17
19:35 2025

ଭୁବନେଶ୍ୱର,୧୭/୪: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଗଡ଼କରୀ ଓଡ଼ିଶାବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି।
ସେ ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହାସହ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ଗଡ଼କରୀ। ପୁରୀ-ଭୁବନେଶ୍ୱର ରାସ୍ତା ୬ ଲେନ୍ ହେବ ବୋଲି ବଡ଼ ସୂଚନା ଦିଆଯାଇଛି।
ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଡକରୀ ୧୩ଟି ଜାତୀୟ ରାଜପଥ ପାଇଁ ୨୯୦୫ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୪୨୭ କୋଟି ଟଙ୍କାର ୪ଟି ସିଆରଆଇଏଫ ବ୍ରିଜ ଶିଳାନ୍ୟାସ କରିଛନ୍ତି। ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କାର ଲୋକାର୍ପଣ କରିଛନ୍ତି ଗଡକରୀ ।
ଅନ୍ୟପଟେ ସମ୍ପର୍କ ସେତୁର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଝାରସୁଗୁଡ଼ା ଓ ବରଗଡ଼ ଜିଲାକୁ ଯୋଡିବ ଏହି ସେତୁ । ମହାନଦୀରେ ଏହି ସେତୁ ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇପାରିବ । ଗୁରୁବାର ଭୁବନେଶ୍ବରରୁ ଭିସି ଯୋଗେ ସମ୍ପର୍କ ସେତୁର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରୀ ମନ୍ତ୍ରୀ ନୀତିନ ଗଡକରୀ। ଏନେଇ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଳକ ଭିଖମପାଲି ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031