Indus Valley Times

ଓଡିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ

 Breaking News

ଓଡିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ

ଓଡିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ
June 10
12:09 2023

ଭୁବନେଶ୍ୱର,୧୦/୬: ଆସନ୍ତା ୧୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଢେଙ୍କାନାଳରେ ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ଯୋଗ ଦେବେ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣା ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ମୋଦିଙ୍କ ୯ ବର୍ଷ ସଫଳତା ବିଷୟରେ ଲୋକଙ୍କୁ ବୁଝାଇବା ସହ ରାଜ୍ୟ ସରକାରଙ୍କର ବିଫଳତା ବିଷୟରେ ଲୋକଙ୍କୁ କହିବେ। ଏଥର ଶାହ କେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବେ, ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଶାହ ଢେଙ୍କାନାଳରେ ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବା ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ସେ ଢେଙ୍କାନାଳ ଜିଲ୍ଲାର କାର‌୍ୟ୍ୟକର୍ତ୍ତାଙ୍କ ସହ ୨୦୨୪ ନିର୍ବାଚନ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବା ପାଇଁ ୨୨ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031