Indus Valley Times

ଓଡିଶା ଉପରେ ଏକ ଟ୍ରପ୍ ଲାଇନ୍, ଶୁକ୍ରବାର ଯାଏଁ ଲାଗି ରହିବ ବର୍ଷା

 Breaking News

ଓଡିଶା ଉପରେ ଏକ ଟ୍ରପ୍ ଲାଇନ୍, ଶୁକ୍ରବାର ଯାଏଁ ଲାଗି ରହିବ ବର୍ଷା

ଓଡିଶା ଉପରେ ଏକ ଟ୍ରପ୍ ଲାଇନ୍, ଶୁକ୍ରବାର ଯାଏଁ ଲାଗି ରହିବ ବର୍ଷା
September 27
10:00 2024

ଭୁବନେଶ୍ୱର,୨୭/୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗୁରୁବାର ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ମଧ୍ୟ କେତେକ ଜିଲାରେ ପ୍ରଳବ ବର୍ଷା ହେବା ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଶୁକ୍ରବାର ଓଡ଼ିଶାର ଅଧିକାଂଶ ଜିଲାରେ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସମେତ ୨୨ ଜିଲାର ବିଭିନ୍ନ ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଶନିବାରଠାରୁ ରାଜ୍ୟ ପାଣିପାଗରେ ପରିବର୍ତ୍ତନ ଆସିପାରେ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲାରେ ବର୍ଷା ହେବା ଆଶଙ୍କା ଥିଲେ ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ।
ଅନ୍ୟପଟେ ମୌସୁମୀ ଟ୍ରପ୍ ଲାଇନ୍ ମଧ୍ୟ ମହାରାଷ୍ଟ୍ର ଓ ଆଖପାଖ ଅଞ୍ଚଳ ଏବଂ ବିଦର୍ଭ, ଛତିଶଗଡ଼, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବଛି। ପ୍ରତ୍ୟାବର୍ତ୍ତନ କରୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ରେଖା ଫିରୋଜପୁର, ଶୀର୍ଷା, ଚୁରୁ, ଆଜ୍‌ମେର, ମାଉଣ୍ଟ ଆବୁ, ଦିଶା, ସୁରେନ୍ଦ୍ରନଗର, ଜୁନାଗଡ଼ ଦେଇ ଫେରୁଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930