Indus Valley Times

ଓମ୍ ଗମ୍ ଗଣପତୟେ ନମଃ, ବିଘ୍ନ ବିନାଶକଙ୍କ ପୂଜାରେ ଧରାପୃଷ୍ଠ ଚଳଚଞ୍ଚଳ

 Breaking News

ଓମ୍ ଗମ୍ ଗଣପତୟେ ନମଃ, ବିଘ୍ନ ବିନାଶକଙ୍କ ପୂଜାରେ ଧରାପୃଷ୍ଠ ଚଳଚଞ୍ଚଳ

September 07
19:06 2024

ଭୁବନେଶ୍ୱର, ୭/୯ : ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦିପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଆଜି ପୂଜା ପାଇବେ ଗଜାନନ ।
ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧ। ଏଠାରେ ୨୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଚଳିତବର୍ଷ ୧୩ ଦିନ ଧରି ଚାଲିବ ଗଣେଶ ପୂଜା।
ତେବେ ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲାରେ ବି ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରାଯାଇଛି। ସେପଟେ ମହାରାଷ୍ଟ୍ରରେ ଗଣପର୍ବ ଭାବେ ଗଣପତି ବାବାଙ୍କ ପର୍ବ ବଡ ଧୁମଧାମରେ ପାଳିତ ହେଉଛି।
ଆଜି ଶ୍ରୀମନ୍ଦିର ବଟ ଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନ କରାଯିବ । ଆଜି ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳିତ ହୋଇଥାଏ। ସନ୍ଧ୍ୟା ଧୂପ ସରିବା ପରେ ବଟ ଗଣେଶ, ନୃତ୍ୟ ଗଣପତି, ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ।
ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରଣ କରଣମାନଙ୍କ ମାଦଳାପାଞ୍ଜି ରଖାଯାଇ ତହିଁ ଉପରେ ପତନୀ ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ୨୨ଟି ନଡ଼ିଆ ଭଙ୍ଗାଯାଇଥାଏ। ବଟ ଗଣେଶଙ୍କ ମନ୍ଦିରରେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ସମବେତ ହୋଇଥାନ୍ତି। ଶ୍ରୀଗଣେଶଙ୍କ ପୂଜା ନିମିତ୍ତ ଧୂପ, ଦୀପ, ଭୋଗ ଦ୍ରବ୍ୟ ଧରି ପୂଜାର୍ଚ୍ଚନା କରିଥାନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930