Indus Valley Times

ଓଲଟିଲା ଗୋରୁ ବୋଝେଇ ଟ୍ରକ, ୧୫ଟି ଗୋରୁଙ୍କର ମୃତ୍ୟୁ

 Breaking News

ଓଲଟିଲା ଗୋରୁ ବୋଝେଇ ଟ୍ରକ, ୧୫ଟି ଗୋରୁଙ୍କର ମୃତ୍ୟୁ

November 05
10:25 2023

କେନ୍ଦୁଝର,୪/୧୧ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଜବାହାଳ ବସଷ୍ଟାଣ୍ଡ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ୧୫ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହୁରି ଅନେକ ଗୋରୁ ଆହତ ହୋଇଛନ୍ତି।
ଏହି ୧୬ ଚକିଆ ଟ୍ରକ୍ଟି ଆଜି ଭୋରରେ ପାଲଲହଡ଼ାରୁ କେନ୍ଦୁଝର ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।
ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତେଲକୋଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଗୋରୁମାନଙ୍କୁ ଟ୍ରକ୍ରୁ ଉଦ୍ଧାର କରିଥିଲେ। ଟ୍ରକ୍ରେ ଗୋରୁମାନଙ୍କୁ ଥାକ ଥାକ କରି ରଖାଯାଇଥିଲା। ଟ୍ରକ୍ ଓଲଟି ପଡ଼ିବାରୁ ୧୫ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋରୁମାନେ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ। ଟ୍ରକ୍ଟି କେଉଁଠାରୁ ଗୋରୁ ଆଣିଥିଲା ଓ କେଉଁଠାକୁ ଯାଉଥିଲା, ତାହା ଜଣାପଡ଼ିନି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031