Indus Valley Times

ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

 Breaking News

ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା
February 08
12:18 2025

ଭୁୁବନେଶ୍ୱର, ୮/୨: ଅଲିଉଡ ଜଗତରୁ ଆସିଛି ବଡ ଖବର । ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତମ ମହାନ୍ତି ଭେଣ୍ଟିଲେଟରେ ଥିବା ନେଇ ସୂଚନା ମିଳିଛି । ତେବେ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ସୂଚନା ଅନୁଯାୟୀ, ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ବାହାର ରାଜ୍ୟକୁ ନିଆଯାଇପାରେ । ବର୍ତ୍ତମାନ ପଟିଆ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କ ଚିକିତ୍ସା ଚାଲିଛି । ତାଙ୍କୁ ଆଜି ନିୟମିତ ଚେକଅପରେ ହସ୍ପିଟାଲ୍ ଅଣାଯାଇଥିଲା ।
କିନ୍ତୁ ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ନିକଟତମ ସଂପର୍କୀୟମାନେ କହିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା କୁହାଯାଇଛି । ତେବେ ମେଡିକାଲ୍ ପକ୍ଷରୁ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏ ପର୍ଯ୍ୟନ୍ତ ବୁଲେଟିନ ଜାରି କରାଯାଇ ନାହିଁ ।
ଯଦି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆଶାନୁରୂପ ସୁଧାର ଆସେ ତେବେ ଏଠି ରଖାଯାଇ ଚିକିତ୍ସା କରାଯିବ । ନଚେତ ଏୟାର ଆମ୍ବୁଲାନ୍ସ ଜରିଆରେ ହାଇଦ୍ରାବାଦ କିମ୍ବା ମୁମ୍ବାଇ ନିଆଯାଇପାରେ ବୋଲି ପରିବାରଙ୍କ ସହ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଆଲୋଚନା ଚାଲିଥିବା ଜଣା ଯାଇଛି ।
ସୂଚନା ଅନୁଯାୟୀ, ପୁଅ ବାବୁଶାନ ଏକ ଫିଲ୍ମର ସୁଟିଂ ପାଇଁ କେନ୍ଦୁଝରରେ ଥିବାରୁ ସେ ଅନୁପସ୍ଥିତ ଅଛନ୍ତି । ବର୍ତ୍ତମାନ ହସ୍ପିଟାଲରେ ତାଙ୍କ ସହିତ ପତ୍ନୀ ଅପରାଜିତା ମହାନ୍ତି ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31