Indus Valley Times

କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ପଶିଲା ଭିଜିଲାନ୍ସ

 Breaking News

କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ପଶିଲା ଭିଜିଲାନ୍ସ

କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ପଶିଲା ଭିଜିଲାନ୍ସ
October 12
11:16 2022

କେନ୍ଦୁଝର, ୧୨/୧୦: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବିଇଓଙ୍କ କାର୍ଯ୍ୟାଳୟରେ କାମ କରୁଥିବା କନିଷ୍ଠ କିରାଣି ଗଙ୍ଗାଧର ସାହୁ।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟର ଆଦେଶକ୍ରମେ ବାଂଶପାଳ ବିଇଓଙ୍କ କାର‌୍ୟ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଚଢ଼ାଉ ଚାଲିଛି। ଆଜି ସକାଳ ସାଢ଼େ ୫ଟା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଗଙ୍ଗାଧର ସାହୁଙ୍କ ଭାଲକିପାତାଳସ୍ଥିତ ତିନି ମହଲା କୋଠା, ଅଫିସ୍ ରୁମ୍, ତାଲାପଦାଠାରେ ପୈତୃକ ଘର ଏବଂ ତେଲକୋଇର ସରସପୋସିରେ ଥିବା ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ ଚାଲିଛି। ଉପରୋକ୍ତ ସ୍ଥାନରେ ଚଢ଼ାଉ ଚାଲିଛି। ବାଲେଶ୍ବର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଏହି ଚଢ଼ାଉ ଜାରି ରହିଛି।
ଏହି ଚଢ଼ାଉରେ ୩ ଡିଏସପି, ୭ ଇନ୍ସପେକ୍ଟର, ୨ ଏଏସଆଇ ଓ ୯ ଜଣ କନେଷ୍ଟବଳ ସାମିଲ ହୋଇଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031