Indus Valley Times

କନ୍ଧମାଳରୁ ନୟାଗଡ଼ ରାସ୍ତାରେ ଚାଲାଣ ହେଉଛି ବିପୁଳ ଭାଙ୍ଗ : ଭୁବନେଶ୍ବର ଓ ପୁରୀକୁ ଲମ୍ବିଛି ନିଶା ମାଫିଆମାନଙ୍କ ନଜର, ଖିଅ ପାଉନି ପୁଲିସ

 Breaking News

କନ୍ଧମାଳରୁ ନୟାଗଡ଼ ରାସ୍ତାରେ ଚାଲାଣ ହେଉଛି ବିପୁଳ ଭାଙ୍ଗ : ଭୁବନେଶ୍ବର ଓ ପୁରୀକୁ ଲମ୍ବିଛି ନିଶା ମାଫିଆମାନଙ୍କ ନଜର, ଖିଅ ପାଉନି ପୁଲିସ

କନ୍ଧମାଳରୁ ନୟାଗଡ଼ ରାସ୍ତାରେ ଚାଲାଣ ହେଉଛି ବିପୁଳ ଭାଙ୍ଗ : ଭୁବନେଶ୍ବର ଓ ପୁରୀକୁ ଲମ୍ବିଛି ନିଶା ମାଫିଆମାନଙ୍କ ନଜର, ଖିଅ ପାଉନି ପୁଲିସ
August 05
21:15 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୫/୮ : କନ୍ଧମାଳ ଜିଲ୍ଳାର ଗଞ୍ଜେଇର ଚାହିଦା ଅଧିକ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏବେ ଏହି ଜିଲ୍ଳାର ଭାଙ୍ଗ ଉପରେ ନିଶା ମାଫିଆମାନଙ୍କ ନଜର ପଡ଼ିଛି।
ସୁବିଧା ସୁଯୋଗ ଦେଖି ସେମାନେ ରୀତିମତ ଭାବେ ଏଠାରୁ ଭାଙ୍ଗ, ଭୁବନେଶ୍ବର ଓ ପୁରୀକୁ ଚାଲାଣ କରୁଛନ୍ତି। କିଛି ଦିନ ତଳେ ଇଟାମାଟି ଥାନା ପୁଲିସ ୧୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଭାଙ୍ଗ ଜବତ କରିବା ପରେ ଏବେ ଏହି ଘଟଣା ଜଣାପଡ଼ିଛି।
ଜବତ ହୋଇଥିବା ଭାଙ୍ଗର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଯାହାକି ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା।
କେବଳ ଇଟାମାଟି କାହିଁକି ଜିଲ୍ଳାର ଗଳିକନ୍ଦିରେ ଏବେ ଭାଙ୍ଗ ସୁଲଭ ମୂଲ୍ୟରେ ମିଳୁଛି। ଜବତ ହୋଇଥିବା ଭାଙ୍ଗ ଭୁବନେଶ୍ବର ଚାଲାଣ ହେଉଥିବା ଜଣାପଡ଼ିବା ପରେ ପୁଲିସ ‌ଏବେ ନିଶା ମାଫିଆମାନଙ୍କ ପାଖରେ ପହଞ୍ଚିବାକୁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ଏହାର ଖିଅ ପାଉନଥିବା ଜଣାପଡ଼ିଛି।
ନୟାଗଡ଼ ରାସ୍ତାରେ ରୀତିମତ ଭାବେ ଗାଡ଼ି ଗାଡ଼ି ଭାଙ୍ଗ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବତ, କନ୍ଧମାଳ ଜିଲ୍ଲା ଭାଙ୍ଗର ଚାହିଦା ଏବେ ଅଧିକ ରହୁଛି। ଯେହେତୁ ଏହି ଜିଲ୍ଳାର ଗଞ୍ଜେଇର ଚାହିଦା ବାହାର ରାଜ୍ୟ ଓ ବଡ଼ ବଡ଼ ସହରରେ ଅଧିକ ରହୁଛି।
ଏଣୁ ଏଠାରୁ ବହୁଳ ମାତ୍ରାରେ ଗଞ୍ଜେଇ ଚାଲାଣ କରାଯାଉଛି। ଏ ସମସ୍ତ ନିଶା ସାମଗ୍ରୀ ନୟାଗଡ଼ ରାସ୍ତାରେ ଏଡି ଚାଲାଣ କରାଯାଉଛି। ଯେତେବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରୁଛି, ‌ସେତେବେଳେ ଗ‌ଣଞ୍ଜେଇ ଜବତ କରାଯାଉଛି। ଏବେ ଗଞ୍ଜେଇ ସହ ଭାଙ୍ଗ ଉପରେ ମାଫିଆମାନଙ୍କ ନଜର ପଡ଼ିଛି।
ପୁଲିସର ଗତିବିଧି ଉପରେ ନଜର ରଖି ମାଫିଆମାନେ ବେଶ୍ ସନ୍ତର୍ପଣରେ ଲକ୍ଷ ଲକ୍ଷ ଟଙ୍କାର ଭାଙ୍ଗ ମଧ୍ୟ କିଣି ନେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଭାଙ୍ଗ ବୋଝେଇ ଗାଡ଼ିକୁ ସୁରକ୍ଷା ଦେବା ପାଇଁ ଏହାର ଆଗେ ଆଗେ କିଛି ଯୁବକ ବାଇକରେ ଆସୁଛନ୍ତି। ଘଟଣା ଘଟିବା ଦିନ ଇଟାମାଟି ଥାନା ପୁଲିସର ଏକ ଗାଡ଼ିକୁ ଏହି ଭାଙ୍ଗ ବୋଝେଇ ପିକଅପ୍ ରାସ୍ତା ଦେଇନଥିଲା। ପୁଲିସ ଗାଡ଼ି ବାରମ୍ବାର ହର୍ଣ୍ଣ ମାରୁଥିଲେ ମଧ୍ୟ ଉକ୍ତ ପିକଅପଟି ରାସ୍ତା ଦେଇନଥିଲା।
ଫଳରେ ବାଧ୍ୟ ହୋଇ ପୁଲିସ ଯେତେ‌ବେଳେ ଉକ୍ତ ଗାଡ଼ିକୁ ଅତିକ୍ରମ କରି ଏହା ସାମ୍ନାରେ ରହିଥିଲା, ପିକଅପରେ ବସିଥିବା ଦୁଇ ଜଣ ଓହ୍ଲାଇ ସେଠାରୁ ଦୌଡ଼ି ପଳାଇଥିଲେ।
ପୁଲିସ ସେମାନଙ୍କୁ ଗୋଡ଼ାଇ ମାଡ଼ି ବସିଥିବା ବେଳେ ସେମାନଙ୍କ ମୋବାଇଲ ଯାଞ୍ଚ କରି ଏହି ପିକଅପକୁ ସୁରକ୍ଷା ଦେଇ ବାଇକରେ ଯାଉଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି।
ଏତେ ପରିମାଣ ଭାଙ୍ଗ ଭୁବନେଶ୍ବରକୁ ଚାଲାଣ କରାଯାଉଥିଲା ବୋଲି ଗିରଫ ହୋଇଥିବା ଯୁବକମାନେ କହିଥିଲେ। ଏଣୁ ପୁଲିସ ଏବେ ଭୁବନେଶ୍ବରର କେଉଁ ମାଫିଆ ଏହି ଭାଙ୍ଗ କିଣୁଥିଲେ ଓ କନ୍ଧମାଳରୁ କିଏ ଏହାକୁ ଚାଲାଣ କରିଥିଲେ, ଇଟାମାଟି ଥାନା ପୁଲିସ ଏହାର ତଦନ୍ତ ଚଳାଇଛି।
ବର୍ତ୍ତମାନ ଏହି ତଦନ୍ତ କେଉଁ ଆଡ଼େ ଗଲା, ତାହା ଜଣାପଡ଼ୁ ନାହିଁ। କନ୍ଧମାଳରୁ ଗଞ୍ଜେଇ ଓ ଭାଙ୍ଗ ବିପୁଳି ପରିମାଣରେ ଭୁବନେଶ୍ବର ଏବଂ ଅନ୍ୟାନ୍ୟ ସ୍ଥାନକୁ ଚାଲାଣ କରାଯାଉଛି।
ନୟାଗଡ଼ ଏହି ନିଶା ପରିବହନର ମୁଖ୍ୟ ରାସ୍ତା ପାଲଟିଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ଏ ଦିଗରେ ଆହୁରି ଚଳଚଞ୍ଚଳ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930