Indus Valley Times

କନ୍ଧମାଳର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ

 Breaking News

କନ୍ଧମାଳର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ

October 07
21:11 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ , ୭/୧୦ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ। ଘଟଣା ରୁ ପ୍ରକାଶ ଯେ, ଗଞ୍ଜେଇ ଚାଲାଣ ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ। ସେପ୍ଟେମ୍ବର ୫ ତାରିଖରେ ପୁଲିସ ପାଟ୍ରୋଲିଂ ଚାଲିଥିଲା।
ଫିରିଙ୍ଗିଆ ଶନି ମନ୍ଦିର ନିକଟରେ ଯଶୋବନ୍ତ ଏବଂ ତାଙ୍କ ସ୍ତ୍ରୀ ଅମ୍ବିକାଙ୍କୁ ଅଟକାଇ ଯାଞ୍ଚ କରାଯିବା ସମୟରେ ତାଙ୍କ ପାଖରୁ ୨୧ କିଲୋ ଗଞ୍ଜେଇ ମିଳିଥିଲା। ପୁଲିସ ଉଭୟ ସ୍ବାମୀ, ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ଫୁଲବାଣୀ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା।
ଯଶୋବନ୍ତଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ମଙ୍ଗଳବାର ଭୋର ୪ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ଜେଲ କର୍ତ୍ତୃପକ୍ଷ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏକ ଏତଲା ଦାଏର କରିଥିବା ଜଣାପଡିଛି।
ପ୍ରବଳ ଘଡଘଡି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟତ ଠପ୍
ବାଲିଗୁଡା, ୭ /୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରାୟ ୨ ଘଣ୍ଟାକାଳ ପ୍ରବଳ ବର୍ଷା, ସହିତ ଘଡ଼ଘଡ଼ି ହେବାରୁ ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ସେଥିମଧ୍ୟରୁ ଟିକାବାଲି ବ୍ଲକ୍ ଅନୁର୍ଗତ ବୁର୍ବୀନାଜୁ ଗ୍ରାମର ସ୍କୁଲର ପାଚେରି ଲାଗି ରହିଥ‌ିବା ବଡ଼ ବିରାଟ ବରଗଛ ରାସ୍ତାରେ ଟଳି ପଡ଼ିଥ୍‌ଲା ।
ଯାହା ଫଳରେ ଟିକାବାଲି ଠାରୁ ପାବୁରିଆ ଯାତାୟାତ କରିବା ପାଇଁ ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଥ‌ିବା ଦେଖିବାକୁ ମିଳିଥିଲା।
ବର୍ଷା ଓ ଘଡ଼ଘଡ଼ି ଗତିବିଧୂ କମିଲା ପରେ ବୁର୍ବୀନାଜୁ ଗ୍ରାମବାସୀ ମାନେ ଅଗ୍ନିଶମ କୁ ଖବର ଦେଇଥିଲେ।
ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥ‌ିବା ବିରାଟ ବରଗଛ କୁ କାଟି ରାସ୍ତାରୁ ହଟାଯାଇଥିଲା ।
ପରେ ପରେ ଯାତାୟାତ ସ୍ୱଭାବିକ ହୋଇପାରିଥିଲା । ଏଥିରେ କିନ୍ତୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
ଏତଦ ବ୍ୟତୀତ ଟିକାବାଲି ପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର କୁମ୍ଭାର ସାହିରେ ଥୂବା ପଥର ଗାର୍ଡୱାଲ୍ ମଧ୍ୟ ଧୋଇ ଦେଇଥୁବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ସୋଇଥିବା ଦେଖିବାକୁ ମିଳିଥିଲା ।
ଗଜଲକ୍ଷ୍ମୀ ପୂଜା ସହ କୁମାର ପୂର୍ଣ୍ଣିମା ପାଳିତ : ଚାନ୍ଦକୁ ଆଞ୍ଜୁଳି ଟେକିଲେ କୁମାରୀ
ବାଲିଗୁଡା, ୭ /୧୦ : ପବିତ୍ର ଗଜ ଲକ୍ଷ୍ମୀ ପୂଜା ସହ କୁମାରୀ ମାନଙ୍କର ଉତ୍ସବ କୁମାର ପୂର୍ଣ୍ଣିମା । ଗାଁ ଠାରୁ ସହର ସବୁଠି ଉତ୍ସାହର ସହ ଚାନ୍ଦକୁ ଆଞ୍ଜୁଳି ଟେକିଛନ୍ତି କୁମାରୀ ମାନେ । ଫୁଲ ବଉଳ ବେଣୀ ଗୀତରେ ଉଛୁଳି ଉଠିଛି ଗାଁ ଦାଣ୍ଡ ।
ପରମ୍ପରା ଅନୁଯାୟୀ ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି କୁମାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର‌୍ୟ୍ୟଦେବତାଙ୍କୁ ଆଞ୍ଜୁଳି ଟେକିଥିଲେ । ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ପୂଜାର୍ଚ୍ଚନା କରିଥିଲେ।
ନୂଆ ଲୁଗାପଟା ପିନ୍ଧି କୁମାରୀ ମାନେ ସଜବାଜ ହୋଇ କୁଲାରେ ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଆଦି ୭ ପ୍ରକାର ଆଞ୍ଜୁଳି ଯୋଗାଡ଼ କରି ୭ ଥର ଅଞ୍ଜୁଳି ଟେକିଥିଲେ ।
ସକାଳେ ସୂର୍ଯ୍ୟୋଞ୍ଜଳି ପରେ ସନ୍ଧ୍ୟାରେ ହୁଏ ଚାନ୍ଦ ପୂଜା । କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପି ଉଠିଥିଲା ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗିଥିଲା । ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି ।
ତେଣୁ ସର୍ବଗୁଣସମ୍ପନ୍ନ ଜୀବନ ସାଥୀଟିଏ ପାଇବାକୁ କୁମାରୀ ମାନେ କରିଥିଲେ ଏହି ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍ ଉତ୍ସାହ ଭରି ରହିଥିଲା । ସେହିପରି ଏହି ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସ‌ହ ପୂଜା କରାଯାଇଥାଏ ।
ଏହି ପରିପ୍ରେକ୍ଷୀରେ ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା\’ ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଣ୍ଡପ ପରିସରରେ ଗଜଲଷ୍ମୀ ପୂଜା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031