Indus Valley Times

କନ୍ଧମାଳ : ନିଶା ନିବାରଣ ପାଇଁ ମହିଳାଙ୍କ ସଚେତନତା ପଦଯାତ୍ରା

 Breaking News

କନ୍ଧମାଳ : ନିଶା ନିବାରଣ ପାଇଁ ମହିଳାଙ୍କ ସଚେତନତା ପଦଯାତ୍ରା

କନ୍ଧମାଳ : ନିଶା ନିବାରଣ ପାଇଁ ମହିଳାଙ୍କ ସଚେତନତା ପଦଯାତ୍ରା
June 18
20:21 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୮/୬: ସେ ଗାଁ ରହୁଅନ୍ତୁ ଅବା ସହର, ମହିଳାମାନେ ଆଉ ଆଗ ପରି ଘର କୋଣ ରେ ନରହି ପଦାକୁ ଆସିଲେଣି । ନିଜେ ସ୍ୱାବଲମ୍ବୀ ହେବା ସହ ନିଶାନିବାରଣ ନେଇ ସଚେତନତା ସୃଷ୍ଟି କରିବା ସହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ।ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ପଂଚାୟତ ମହିଳା ମାନେ ଗାଁ ରେ କେହି ନିଶା ଦ୍ରଵ୍ୟ ବିକ୍ରୀ କରିବେ ନାହିଁ କି ନିଶା ସେବନ କରିବେ ନାହିଁ ବୋଲି ମହିଳାମାନେ ରାଲି କରି ସତର୍କ କରିଦେଇଛନ୍ତି ।
ସେହିପରି ପୋଲିସ ଓ ଅବକାରୀ ବିଭାଗ କୁ ମଧ୍ୟ ସେମାନେ ସତର୍କ ଦ୍ରୁଷ୍ଟି ରଖିବା ଲାଗି ପରାମର୍ଶ ଦେଇଛନ୍ତି । ନିଶା ସେବନ କରି ଗାଁ ରେ କିଛି ଅଘଟଣ ଘଟିଲେ ପୋଲିସ ଓ ଅବକାରୀ ବିଭାଗ ହିଁ ଦାୟୀ ରହିବେ ବୋଲି କହିଛନ୍ତି । ଶନିବାର ଆୟୋଜିତ ଏହି ସଭା ଓ ଶୋଭାଯାତ୍ରା ରେ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031