Indus Valley Times

କନ୍ଧମାଳ ସାଂସଦଙ୍କ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା

 Breaking News

କନ୍ଧମାଳ ସାଂସଦଙ୍କ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା

କନ୍ଧମାଳ ସାଂସଦଙ୍କ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା
July 13
20:17 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୩/୭ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ରବିବାର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।
ଏହି ପରିଦର୍ଶନ ସମୟରେ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ସାଂସଦ ପଚାରି ବୁଝିବା ସହ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କ ସହ ଡାକ୍ତରଖାନାର ବିଭିନ୍ନ ବ୍ୟବସ୍ଥା ଓ ଅବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ତତ୍କାଳୀନ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରିବା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଓ ଡାକ୍ତରଖାନାର ଆଧୁନିକୀ କରଣ ନିମନ୍ତେ ଅବିରାମ ପ୍ରଚେଷ୍ଟା ଜାରି ରଖିବା ପାଇଁ ମତ ବ୍ୟକ୍ତ କରିଥିଲେ।
ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାଗରିକ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପାଇବା ନିହାତି ଦରକାର।ସ୍ୱାସ୍ଥ୍ୟସେବା ଆମ ସମସ୍ତଙ୍କର ମୌଳିକ ଅଧିକାର ଏବଂ ଏହାର ଗୁଣବତ୍ତା ବୃଦ୍ଧି ଆମର ପ୍ରାଥମିକତା ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟରେ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନ୍ ଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ମନୋଜ କୁମାର ରଥ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଶୁଭାଶିଷ ମିଶ୍ର, ରଞ୍ଜିତ କୁମାର ଚୌଧୁରୀ, ଦିଗାମ୍ବର ପାଣିଗ୍ରାହୀ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼ ମାରିବା ଘଟଣାରେ ୨ ଗିରଫ
ବାଲିଗୁଡ଼ା,୧୩/୭: କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼‌‌‌ ମାରିବା ଘଟଣାରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ତୁମୁଡ଼ିବନ୍ଧ ଥାନା ପୋଲିସ୍ ।
ଘଟଣା ପ୍ରକାରେ ଗତ ଗୁରୁବାର ଦିନ ବାଲିଗୁଡ଼ା ଥାନା ସୁକୁଙ୍ଗିଆ ଅଞ୍ଚଳରେ ଲୁଚି ରହିଥିବା ନେଇ ମୋବାଇଲ୍ ନମ୍ବର୍ ଟ୍ରାକିଂ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ କଳାହାଣ୍ଡିର ତିନିଜଣ ପୋଲିସ୍ ସାଧା ପୋଷାକରେ ସୁକୁଙ୍ଗିଆ ଅଞ୍ଚଳରେ ପହଁଚି ଅଭିଯୁକ୍ତକୁ ଧରିବାରେ ପୋଲିସ୍ କବଳରୁ ମୁକୁଳି ଯାଇ ଗାଁ ଲୋକଙ୍କୁ ପାଟିକରି ପୋଲିସକୁ ଅପହରଣକାରୀ କହିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧା ପୋଷାକଧାରୀ କଳାହାଣ୍ଡି ପୋଲିସ୍ ଘଟଣାସ୍ଥଳରୁ ଫେରିବା ବେଳେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ପନ୍ଦରମାଇଲ୍ ଛକ ନିକଟରେ କିଛି ଦୁର୍ବୃତ୍ତ ପୋଲିସକୁ ଅଟକାଇ ତାଙ୍କ ସର୍ଭିସ୍ ରିଭଲଭର ଛଡ଼ାଇ ନେବାସହ ମୋବାଇଲ୍ ଓ ୭ ହଜାର ଟଙ୍କା ଛଡ଼ାଇ ନେବାପରେ ତିନିଜଣ ସାଧା ପୋଷାକଧାରୀ ପୋଲିସଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ।
ଖବରପାଇ ତୁମୁଡ଼ିବନ୍ଧ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ସମ୍ପୃକ୍ତ କଳାହାଣ୍ଡି ପୋଲିସଙ୍କୁ ଉଦ୍ଧାର କରି ତୁମୁଡ଼ିବନ୍ଧ ନେବା ସହ ଘଟଣା ସମ୍ପର୍କରେ ସେମାନଙ୍କୁ ପଚାରି ବୁଝିବା ସହ ପ୍ରାଥମିକ ଚିକିତ୍ସା କରାଇ କଳାହାଣ୍ଡି ପଠାଇ ଦେଇଥିଲେ ।
ଘଟଣାକୁ ଗୁରୁତର ସହ ନେଇ ତୁମୁଡ଼ିବନ୍ଧ ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ଭିଡିଓ ଫୁଟେଜକୁ ଆଧାର କରି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।
ଗିରଫ ଦୁଇଜଣ କୁର୍ତ୍ତମଗଡ଼ର ମେନୁ ଅଲ୍ଲୀ ସାହା ଓ ପରମପଙ୍ଗା ପଞ୍ଚାୟତର ବାଲିମାହା ଗ୍ରାମର ଜହନ ଦିଗାଳ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିସହିତ ଘଟଣାର ତଦନ୍ତ ଜାରି ରହିଛି, ଏହି ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930