Indus Valley Times

କରଞ୍ଜିଆ ବନଖଣ୍ଡରେ ମହାବଳ ବାଘ ଆତଙ୍କ, ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି

 Breaking News

କରଞ୍ଜିଆ ବନଖଣ୍ଡରେ ମହାବଳ ବାଘ ଆତଙ୍କ, ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି

କରଞ୍ଜିଆ ବନଖଣ୍ଡରେ ମହାବଳ ବାଘ ଆତଙ୍କ, ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି
October 30
10:13 2025

କରଞ୍ଜିଆ , ୩୦/୧୦ : ବୁଲୁଛି ମହାବଳ ବାଘ । ଗାଁ ନିକଟ ଜଙ୍ଗଲରେ ବାଘ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଦୁଇ ପଞ୍ଚାୟତ ବାସୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଠାକୁରମୁଣ୍ଡା ରେଞ୍ଜ କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଗ୍ରାମବାସୀମାନେ ମହାବଳ ବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ ।
ମହାବଳ ବାଘ ଆସିଥିବାର ଖବର ପ୍ରଚାର ହେବା ପରେ ହାତୀଗୋଡା ଓ ସାଲେଇବେଡା ପଞ୍ଚାୟତର ଆଖ ପାଖ ଗ୍ରାମ ଗୁଡିକରେ କୋକୁଆ ଭୟ ଖେଳିଯାଇଥିଲା । ମହାବଳ ବାଘ ବୋଲି ବନବିଭାଗ ଚିହ୍ନଟ କଲାପରେ ଜଙ୍ଗଲକୁ ନଯିବା ସହ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଜଙ୍ଗଲକୁ ନଛାଡିବା ପାଇଁ କାଳିଆଜିଆଣୀ ଏବଂ ନିକଟସ୍ଥ ଗାଁ ଗୁଡିକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରୁଛି ବନବିଭାଗ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930