Indus Valley Times

କଳାବଜାରୀଙ୍କୁ କଡ଼ା ଚେତାବନୀ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

 Breaking News

କଳାବଜାରୀଙ୍କୁ କଡ଼ା ଚେତାବନୀ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

October 20
20:05 2024

ଭୁବନେଶ୍ୱର,୨୦/୧୦: କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ। ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ। ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନହୁଏ, ସେଥିପାଇଁ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ୨୦୨୪-୨୫ ବର୍ଷ ପାଇଁ କଟକ ଜିଲ୍ଲାରେ ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କଟକ ଜିଲ୍ଲାର ସମସ୍ତ ବିଧାୟକ ଯୋଗଦେଇଛନ୍ତି।
ଚଳିତ ଖରିଫ ଋତୁରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ଲେଖାଏଁ ଚାଷୀମାନଙ୍କୁ ପ୍ରଦାନ କରାଯିବ। ତା’ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ।
ସେହି ସମୟରେ ଅସାଧୁ ବେପାରୀଙ୍କୁ କିଛି ଅଫିସର ଦୁର୍ନୀତି କରିବାକୁ ସୁଯୋଗ ଦେଉଛନ୍ତି। ତେବେ ଅଫିସରମାନେ ସଜାଗ ରୁହନ୍ତୁ, ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ଧାନ କ୍ରୟ ବେଳେ କଟନି ଛଟନି କରାଯିବ ନାହିଁ। FAQ ମାନର ଧାନ ଯାଞ୍ଚ ପାଇଁ କ୍ୱାଲିଟି ଗ୍ରେନ୍ ଆନାଲାଇଜର ମେସିନ ବ୍ୟବହାର କରାଯିବ। ଏହାସହ ମଣ୍ଡିରେ CCTV କ୍ୟାମେରା ଓ ଗାଡିରେ GPS ବ୍ୟବହାର କରାଯିବ। ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କୁ ରାସନ କାର୍ଡରେ ଅନ୍ତର୍ଭୁକ୍ତ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କାଟିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।
ବୈଠକରେ ଯୋଗଦେଇଥିବା ବିଧାୟକ ସୋଫିଆ ଫିର୍ଦ୍ଦୋଷ କହିଛନ୍ତି, ମାଲ୍ ପରିବହନକାରୀ ଗାଡ଼ିରେ ଏଚଝ ଲାଗୁ। ଡିପୋରୁ ଡିଲର ପଏଣ୍ଟ ଯାଏଁ ଯାଉଥିବା ଗାଡ଼ିରେ GPS ଲାଗୁ କରାଯାଉ। ହିତାଧିକାରୀଙ୍କ ଟିପ ବ୍ୟବସ୍ଥାକୁ କୋହଳ କରିବାକୁ ମଧ୍ୟ ଦାବି କରିଛନ୍ତି ସୋଫିଆ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930