Indus Valley Times

କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ : ଜାରି ହେଲା ହେଲ୍ପଲାଇନ୍ ନମ୍ବର, ୫ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ

 Breaking News

କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ : ଜାରି ହେଲା ହେଲ୍ପଲାଇନ୍ ନମ୍ବର, ୫ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ

କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ : ଜାରି ହେଲା ହେଲ୍ପଲାଇନ୍ ନମ୍ବର, ୫ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ
March 30
17:59 2025

ଭୁବନେଶ୍ବର, ୩୦/୩: କଟକ ଜିଲ୍ଲା ମୁଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ଦୁର୍ଘଟଣାର ଶିକାର ହୋଇଥିବା ଏକ୍ସପ୍ରେସ୍ ଟ୍ରେନ୍‌ର ଯାତ୍ରୀମାନେ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଦୁର୍ଘଟଣା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ କାମାକ୍ଷା ଅଭିମୁଖେ ବାହାରିଛି।
ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହେଲା ପରେ ସ୍ପେଶାଲ୍ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
ଏନେଇ ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ବରରୁ ଏହି ସ୍ବତନ୍ତ୍ର ଟ୍ରେନ୍ ବାହାରିଥିଲା। ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳକୁ ଯାଇଥିଲା। ଏହି ଟ୍ରେନ୍ ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ। ପୂର୍ବତଟ ରେଳପଥ ପିଆରଓଙ୍କ ସୂଚନା ଅନୁସାରେ, ଟ୍ରାକରୁ ଖସିଯାଇଛି ଟ୍ରେନର ୧୧ଟି ବଗି। ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆହତ ଯାତ୍ରୀମାନଙ୍କୁ ମେଡିକାଲ ପଠାଯାଉଛି। ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।
ହେଲ୍‌ପଲାଇନ୍ ନମ୍ବର ଜାରି
କଟକ ପାଇଁ ହେଲ୍ପଲାଇନ୍ ନଂ -୮୯୯୧୧୨୪୨୩୮
ଭୁବନେଶ୍ୱର ପାଇଁ ହେଲ୍ପଲାଇନ୍ ନଂ -୮୪୫୫୮୮୫୯୯୯
ଭଦ୍ରକ ପାଇଁ ହେଲ୍ପଲାଇନ୍ ନଂ -୯୪୩୭୪୪୩୪୬୯
ଦୁର୍ଘଟଣାସ୍ଥଳ ପାଇଁ ନଂ-୮୯୯୧୧୨୪୨୩୮
ଖୋର୍ଦ୍ଧା ପାଇଁ ହେଲ୍ପଲାଇନ୍ ନଂ -୦୬୭୪୨୪୯୨୨୪୫
ସୂଚନାଯୋଗ୍ୟ, ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍ ଟ୍ରେନ୍‌ଟି ନିର୍ଗୁଣ୍ଡି ନିକଟରେ ଆଜି ଦିନ ୧୧ଟା ୫୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରେନ୍‌ର ୧୧ଟି ବଗି ରେଳଧାରଣାରୁ ଖସିପଡ଼ିଥିଲା। ଏହା ଦ୍ବାରା ୮ ଜଣ ଯାତ୍ରୀ ଟ୍ରେନ୍‌ରୁ ଖସିପଡ଼ିଥିଲେ।
ସେମାନଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କର ଚିକିତ୍ସା ଜାରି ରହିଛି। ମୃତ ବ୍ୟକ୍ତି ହେଲେ ଶୁଭଙ୍କର ରୟ। ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ବରିଷ୍ଠ ଡାକ୍ତରମାନେ ଆହତଙ୍କ ଚିକିତ୍ସା କରୁଛନ୍ତି। ଦୁର୍ଘଟଣା ପରେ ଏନ୍‌ଡିଆରଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ଲୋକଙ୍କ ଉଦ୍ଧାରକାର‌୍ୟ୍ୟ କରିଥିଲେ।
ଟ୍ରେନରୁ ଓହ୍ଲାଇ ପଡିଥିବା ଯାତ୍ରୀମାନେ ଖରାରେ ଦୀର୍ଘ ସମୟ ଅଟକିଥିଲେ। ସେମାନଙ୍କୁ ଖରାରେ ଛିଡ଼ା ହେବାକୁ ପଡ଼ିଥିଲା। ଖରାରେ ଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଏହି ଦୁର୍ଘଟଣା ପରେ ୫ଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930