Indus Valley Times

କାଲାମ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରତିଯୋଗିତା କାର୍ଯ୍ୟକ୍ରମ : କାଲାମଙ୍କ ସ୍ୱପ୍ନକୁ ରଙ୍ଗ ଓ ଜ୍ଞାନରେ ଜୀବନ୍ତ କଲେ ଛାତ୍ରଛାତ୍ରୀ

 Breaking News

କାଲାମ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରତିଯୋଗିତା କାର୍ଯ୍ୟକ୍ରମ : କାଲାମଙ୍କ ସ୍ୱପ୍ନକୁ ରଙ୍ଗ ଓ ଜ୍ଞାନରେ ଜୀବନ୍ତ କଲେ ଛାତ୍ରଛାତ୍ରୀ

September 07
18:54 2026

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୭/୯ : ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ଓ ‘ମିସାଇଲ୍ ମ୍ୟାନ୍’ ଭାବେ ପରିଚିତ ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କାଲାମଙ୍କ ଜାତୀୟ ସ୍ତରୀୟ ଜୟନ୍ତୀ ଅବସରରେ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟ ପରିସର ଆଜି ପାଲଟିଥିଲା ଜ୍ଞାନ, ସୃଜନଶୀଳତା ଓ ଦେଶପ୍ରେମର ଏକ ଅନନ୍ୟ ମଞ୍ଚ। ଜାତୀୟ ସ୍ତରରେ ଆୟୋଜିତ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହାକୁ ବାଲେଶ୍ୱର ର ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଟ୍ରଷ୍ଟ ର ସଭାପତି ତଥା ଆଇ ଟି ଆର ର ଅତିରିକ୍ତ ନିର୍ଦେଶକ ଡ଼ଃ ନୀଳାଦ୍ରି ରାୟ, ମହାବିଦ୍ୟାଳୟ ଅଧକ୍ଷ ନିକୁଞ୍ଜ ବିହାରୀ ଦାସ ପ୍ରଭୂ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ.
କାଲାମଙ୍କ ଜୀବନ, ତାଙ୍କର ବୈଜ୍ଞାନିକ ଚିନ୍ତାଧାରା, ଶିକ୍ଷା ପ୍ରତି ଅବଦାନ, ଯୁବସମାଜ ପାଇଁ ତାଙ୍କର ପ୍ରେରଣା ଏବଂ “ସ୍ୱପ୍ନ ଦେଖ, ସ୍ୱପ୍ନକୁ ଲକ୍ଷ୍ୟରେ ପରିଣତ କର ଏବଂ ଲକ୍ଷ୍ୟ ପାଇଁ କଠିନ ପରିଶ୍ରମ କର”—ଏହି ଚିନ୍ତାଧାରାକୁ କେନ୍ଦ୍ର କରି କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଅନ୍ୟପକ୍ଷରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କାଲାମଙ୍କ ବ୍ୟକ୍ତିତ୍ୱ, ଭାରତର ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତି, ଯୁବଶକ୍ତି ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ଛାତ୍ରଛାତ୍ରୀମାନେ ନିଜ ତୁଳି ଓ ରଙ୍ଗରେ ଅତ୍ୟନ୍ତ ସୁନ୍ଦର ଭାବେ ଫୁଟାଇଥିଲେ। ଚିତ୍ରଗୁଡ଼ିକରେ କେବଳ ରଙ୍ଗ ନଥିଲା; ଥିଲା ଭାରତର ଭବିଷ୍ୟତ ପାଇଁ ଏକ ସ୍ୱପ୍ନ ଓ ସନ୍ଦେଶ।
କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଅଗ୍ନିଡେଣା ବିଜ୍ଞାନ ପତ୍ରିକାର ସମ୍ପାଦକ, ବିଶ୍ୱ ରେକର୍ଡ ଅଧିକାରୀ ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ ପଙ୍କଜ କୁମାର ଜେନା ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଡଃ କାଲାମଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ, କାଲାମ କେବଳ ଜଣେ ବୈଜ୍ଞାନିକ ନୁହଁନ୍ତି; ସେ ଥିଲେ ଭାରତର ଯୁବପିଢ଼ି ପାଇଁ ଆଶା, ସ୍ୱପ୍ନ ଓ ସଫଳତାର ଜୀବନ୍ତ ପ୍ରତୀକ।
ଏହି ଅବସରରେ ଆୟୋଜକମାନେ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ କେବଳ ପ୍ରତିଯୋଗିତା ନୁହେଁ; ବରଂ ଛାତ୍ରଛାତ୍ରୀଙ୍କ ମନରେ ବଡ଼ ସ୍ୱପ୍ନ ଦେଖିବା, ଦେଶ ପାଇଁ କିଛି କରିବା ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା।
“କାଲାମଙ୍କ ସ୍ୱପ୍ନ—ଯୁବଶକ୍ତିର ସଙ୍କଳ୍ପ, ବିକଶିତ ଭାରତର ନୂଆ ପରିକଳ୍ପନା”
ଏହି ଜାତୀୟ ସ୍ତରୀୟ ଆୟୋଜନ ବାଲେଶ୍ୱରରେ କାଲାମଙ୍କ ଆଦର୍ଶକୁ ଯୁବପିଢ଼ି ମଧ୍ୟରେ ପହଞ୍ଚାଇବା ସହିତ ଜ୍ଞାନ, କଳା ଓ ଦେଶପ୍ରେମର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
ଏହି କାର୍ଯ୍ୟକ୍ରମ କୁ ଇଞ୍ଜିନିଅର ଗୋପାଳ ଚନ୍ଦ୍ର ଜେନା, ଚଟାର୍ଡ଼ ସଂଜୀବ କୁମାର ନାୟକ, ଉପେନ୍ଦ୍ର ବେହେରା ,ଇନ୍ଦ୍ରଜିତ ପାତ୍ର, ସତ୍ୟ ନାରାୟଣ ସାହୁ, ଡ଼ଃ ସଂଗ୍ରାମ କୁମାର ରାଉତ, ଦିଲୀପ କୁମାର ନାୟକ, ହେମନ୍ତ ବ୍ରହେରା, ବିଜୟ କୁମାର ସ, ଜିତେନ୍ଦ୍ର ମହାଳିକ, ବଳରାମ ସ, ସୁଚିତ୍ରା ଜେନା, ଶୁଭଶ୍ରୀ ମିଶ୍ର, ବିଚିତ୍ରା ପ୍ରଧାନ, ଦମୟନ୍ତୀ ମହାପାତ୍ର, ରାଜେଶ୍ୱରୀ ପଣ୍ଡା, ଦୟାନନ୍ଦ ଶତପଥୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ହରିପଦ ଭୂଇଁଆ ଧନ୍ୟବାଦ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031