Indus Valley Times

କାଳବୈଶାଖୀର କରାଳ ରୂପ : ଓଡିଶା ର କାଶ୍ମୀରରେ ପ୍ରବଳ କୁଆ ପଥର ବର୍ଷା : ବ୍ୟାପକ କ୍ଷୟକ୍ଷତି

 Breaking News

କାଳବୈଶାଖୀର କରାଳ ରୂପ : ଓଡିଶା ର କାଶ୍ମୀରରେ ପ୍ରବଳ କୁଆ ପଥର ବର୍ଷା : ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ଓଡିଶା ର କାଶ୍ମୀରରେ ପ୍ରବଳ କୁଆ ପଥର ବର୍ଷା : ବ୍ୟାପକ କ୍ଷୟକ୍ଷତି
March 17
20:51 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୧୭/୩ : ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ଓ କୁଆପଥର ପଡ଼ିବାରୁ ଅନେକ ଆଜବେଷ୍ଟସ ଛପର ଘର ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡିଛି। ହଠାତ ପବନ ବହିବା ସହିତ ପ୍ରବଳ ବର୍ଷା ଓ କୁଆପଥର ପଡ଼ିଥିଲା ।
ଏତେ କୁଆପଥର ବୃଷ୍ଟି ହୋଇଥିଲା ଯେ ବେଶ୍ କିଛି ସମୟ ପର୍ଯ୍ୟନ୍ତ ପୂରା ଅଞ୍ଚଳ କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା ଏହି କିଛି ଦିନ ପୂର୍ବରୁ ଜି. ଉଦୟଗିରି ଠାରେ ମଧ୍ୟ ଏହି ଭଳି କୁଆ ପଥର ବର୍ଷୀଥିଲା।
ଏହା ହେଉଛି ଦାରିଙ୍ଗବାଡ଼ି ରେ ଚଳିତ ବର୍ଷର ପ୍ରଥମ କୁଆପଥର ବର୍ଷା ।କାଳବୈଶାଖୀ ଝଡ଼ରେ ପ୍ରଥମ କୁଆପଥର ବର୍ଷା ହୋଇ ରାସ୍ତା ସହ ଚାରିଆଡ ଭର୍ତ୍ତି ହୋଇଯାଇଥିଲା। କାଳବୈଶାଖୀ ସମୟରେ ପ୍ରବଳ ପବନ ସହ ବର୍ଷା ହୋଇ କୁଆପଥର ପଡ଼ିଥିଲା ।
ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
ବାଲିଗୁଡା, ୧୭/୩ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହସିଙ୍ଗି ରେ ଲକ୍ଷ୍ମୀ ମନ୍ଦିରର ରତ୍ନମୁଦ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି ।
ମହସିଙ୍ଗ ଗ୍ରାମ୍ୟ କମିଟିର ତତ୍ୱାବଧାନରେ କଳସ ଯାତ୍ରା ସହିତ ତିନି ଦିନ ଧରି ନାମ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ, ଗୋ ପୂଜା, ସୂର୍ଯ୍ୟ ପୂଜା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଯଥା ରୀତିନୀତୀ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।
ମହସିଙ୍ଗି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା \’ ପାଟ୍ଟଖଣ୍ଡା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଲକ୍ଷ୍ମୀ ମନ୍ଦିର ଠାରେ ନାମ ଯଜ୍ଞ ସହ ରତ୍ନମୁଦ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଥିଲା ।
ଏଥିରେ ଆଖପାଖ ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଲଷ୍ମୀ ମନ୍ଦିର ରତ୍ନମୁଦ କାର‌୍ୟ୍ୟକ୍ରମ ରେ ସମାଜସେବୀ ତଥା ବିଜେଡି ନେତା ଟୁନା ଦାସ, କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ଧବଳେଶ୍ୱର ପାତ୍ର, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀ କାନ୍ତ ନାୟକ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି ପ୍ରମୁଖ ଉପସ୍ଥିତ ରହି ମା ‘ଙ୍କ ସାନିଧ୍ୟ୍ୟ ଲାଭ କରିଥିଲେ ।
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା \’ପାଟଖଣ୍ଡା
ବାଲିଗୁଡା, ୧୭/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦ୍ୱିତୀୟ ମଙ୍ଗଳବାର ରେ ମା\’ପାଟଖଣ୍ଡା ସେବତୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ।
ସମଗ୍ର କନ୍ଧମାଳ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ମା \’ଙ୍କ ଦର୍ଶନ କରିଥିଲେ ।
ପ୍ରତ୍ୟୁଷରୁ ମା\’ ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା\’ଙ୍କ ଏହି ସେବତୀ ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା ।
ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ । କିଛି ଭକ୍ତଙ୍କ ଛୁଆ ମାନଙ୍କୁ ଏହି ଯାତ୍ରାରେ ଚୁଟି ମଣ୍ଡନ କରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା । କମିଟି ର ସମସ୍ତ ସଦସ୍ୟ, ପୂଜକ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930