Indus Valley Times

କାଳ ହେଲା କ୍ରିପ୍ଟୋ କରେନ୍ସି ଲୋଭ; ଦୁଇ ଯୁବ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୪୩ ଲକ୍ଷ ଉଭାନ

 Breaking News

କାଳ ହେଲା କ୍ରିପ୍ଟୋ କରେନ୍ସି ଲୋଭ; ଦୁଇ ଯୁବ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୪୩ ଲକ୍ଷ ଉଭାନ

କାଳ ହେଲା କ୍ରିପ୍ଟୋ କରେନ୍ସି ଲୋଭ; ଦୁଇ ଯୁବ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୪୩ ଲକ୍ଷ ଉଭାନ
July 09
19:22 2023

କଟକ,୯/୭: କଟକ ସହରରେ ବିଟକଏନ୍ କିଣିବା ଲୋଭରେ ଫସି ଯାଇଛନ୍ତି ଦୁଇ ଆଇଟି ବୃତ୍ତିଧାରୀ ଯୁବକ। ଏକ ନକଲି ବିଟ୍ କଏନ ୱେବସାଇଟ୍ରେ ଟଙ୍କା ଲଗାଇ ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି।
ଉଭୟ ଏ ନେଇ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏମାନେ ବ୍ୟାଙ୍କରୁ ଋଣ କରି ଟଙ୍କା ପର୍ସନାଲ୍ ଲୋନ୍ (ବ୍ୟକ୍ତିଗତ ଋଣ) କରି ଏହି ଟଙ୍କା ଲଗାଇଥିଲେ।
ସୂଚନା ଅନୁଯାୟୀ, ସିଡିଏ ଓ ପୁରୀଘାଟ ଅଞ୍ଚଳରେ ରହୁଥିବା ଏହି ଦୁଇ ଯୁବକଙ୍କ ପାଖକୁ ୨ ଗଲା ମାସ ତଳେ ଏକ ଅଜଣା ହ୍ୱାଟସଆପ୍ ନମ୍ବରରୁ ମେସେଜ୍ ଆସିଥିଲା ।
ଉଭୟଙ୍କୁ ଏକ ହୋଟେଲର ରିଭ୍ୟୁ କରିବାକୁ କୁହାଯାଇଥିଲା। ଏଥିପାଇଁ ସେମାନଙ୍କୁ ଟଙ୍କା ମିଳିବ ବୋଲି ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିରେ ସେମାନେ ରାଜି ହୋଇଯାଇଥିଲେ।
ସ୍ବିଟିସିଆପରୁ ପରେ ସେମାନଙ୍କୁ ଟେଲିଗ୍ରାମର ଏକ ଗ୍ରୁପରେ ଯୋଡ଼ି ଦିଆଯାଇଥିଲା। ସେଠାରେ ପ୍ରଥମେ ପ୍ରତି ଟାସ୍କ ପିଛା ଟଙ୍କା ସାଙ୍ଗେ ସାଙ୍ଗେ ମିଳିଯାଉଥିଲା। ପରେ ୨୪ଟି ଟାସ୍କ କରିବାକୁ କୁହାଯାଇଥିଲା।
ପ୍ରତି ଟାସ୍କ ପାଇଁ ଅଗ୍ରୀମ ଟଙ୍କା ପୈଠ କରିବାକୁ ଏହି ଦୁଇ ଯୁବକଙ୍କୁ କୁହାଯାଇଥିଲା ଟଙ୍କା ପୈଠ କରି ଟାସ୍କ ନେଇଥିଲେ। ଟାସ୍କ ଶେଷ ହେବା ପରେ ଉକ୍ତ ଟଙ୍କା ଫେରସ୍ତ କରିନଥିଲେ। ଏହାର କିଛି ଦିନ ପରେ ଉକ୍ତ ଯୁବକ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ପୁଲିସ ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031