Indus Valley Times

କେଏଲ ରାହୁଲଙ୍କ ନୂଆ ଇନିଂସ, ଆଥିଆଙ୍କ ସହ ନେଲେ ସାତ ଫେରା

 Breaking News

କେଏଲ ରାହୁଲଙ୍କ ନୂଆ ଇନିଂସ, ଆଥିଆଙ୍କ ସହ ନେଲେ ସାତ ଫେରା

କେଏଲ ରାହୁଲଙ୍କ ନୂଆ ଇନିଂସ, ଆଥିଆଙ୍କ ସହ ନେଲେ ସାତ ଫେରା
January 23
19:52 2023

ମୁମ୍ବାଇ,୨୩/୧: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍ କେ.ଏଲ୍ ରାହୁଲ । ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍ରେ ଝିଅ ଆଥିଆଙ୍କର କ୍ରିକେଟର୍ କେ.ଏଲ୍ ରାହୁଲଙ୍କ ସହ ବିବାହ ହୋଇଛି। ଏହି ବିବାହରେ ବଲିଉଡର ଅନେକ କଳାକାର ଓ ଅନେକ କ୍ରିକେଟ ତାରକା ନଜର ଆସିଥିଲେ। ସହରର କୋଳାହଳଠାରୁ ବହୁ ଦୂରରେ ଆଥିଆଙ୍କର ବିବାହ ହୋଇଥିଲା।
ବିବାହରେ ବଲିଉଡ ସୁପରଷ୍ଟାର ଅନୁପମ ଖେର୍, ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରପ୍, ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ପହଞ୍ଚିଥିବା ଦେଖାଯାଇଥିଲା। ଏହା ସହ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଆଥିଆ-ରାହୁଲଙ୍କ ବିବାହରେ ଯୋଗ ଦେଇଥିବା ଦେଖାଯାଇଥିଲା। ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ ଫୋନରେ ଷ୍ଟିକର ଲଗାଯାଇ ସେମାନଙ୍କୁ ଭିତରକୁ ଛଡ଼ାଯାଉଥିବା ଦେଖିବାକୁ ମିଳିଥିଲା।
ତେବେ ବିବାହରେ ଯୋଗ ଦେଇନଥିଲେ ବି କିଛି ବଲିଉଡ କଳାକାର ଟ୍ବିଟର ମାଧ୍ୟମରେ ଦମ୍ପତିଙ୍କୁ ଶୁଭେଚ୍ଛା ଦେଇଥିବା ଦେଖାଯାଇଛି। ସେ ମଧ୍ୟରେ ଅଛନ୍ତି, ସଞ୍ଜୟ ଦତ୍ତ, ଅଜୟ ଦେବଗନ, ଇଶା ଦେଓଲ। ତେବେ ବିବାହ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁନୀଲ ସେଟ୍ଟୀ କହିଛନ୍ତି, ମୁଁ ରାହୁଲଙ୍କ ଶଶୁର ନୁହେଁ ବାପା ହେବାକୁ ଚାହେଁ। ଆଜି ବିବାହ ହୋଇଥିବା ବେଳେ ଆଇପିଏଲ ପରେ ବିବାହ ଭୋଜି ରଖାଯିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031