Indus Valley Times

କେନ୍ଦୁଝରରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

 Breaking News

କେନ୍ଦୁଝରରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
January 15
17:21 2025

କେନ୍ଦୁଝର,୧୫/୧ : ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଆଜି ତାହା ଲୋକଙ୍କ ସରକାର ପୂରଣ କରିଛନ୍ତି । ଯାହା କଥା ଦିଆଯାଇଥିଲା ତାହାକୁ ତ୍ୱରିତ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଛି । କେନ୍ଦୁଝରରେ ଆୟୋଜିତ ସାମାଜିକ ସୁରକ୍ଷା ବର୍ଦ୍ଧିତ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବୁଧବାର ଜନସେବା ଦିବସ ଅବସରରେ କେନ୍ଦୁଝର ଠାରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି । ହିତୀଧିକାରୀଙ୍କୁ ୩୫୦୦ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ଏହି ଭତ୍ତା ୧୨୦୦ ଟଙ୍କା ଥିଲା । ରାଜ୍ୟରେ ୮୦ବର୍ଷରୁ ଅଧିକ ବୟସର ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ଵ ଭିନ୍ନକ୍ଷମଙ୍କୁ ମାସିକ ୧୨୦୦ ଟଙ୍କା ବଦଳରେ ୩୫୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି ।
ଏହାଦ୍ୱାରା ରାଜ୍ୟର ମୋଟ ୪ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଉପକୃତ ହେବେ ଏବଂ ସେମାନଙ୍କ ସଶକ୍ତିକରଣ ସହ ଜୀବନଧାରଣ ମାନରେ ନିଶ୍ଚୟ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଆଜି ତାହା ଲୋକଙ୍କ ସରକାର ପୂରଣ କରିଛନ୍ତି । ଆମେ ନିର୍ବାଚନବେଳେ କହିଥିଲୁ, କଥାରେ ନୁହେଁ କାମରେ କରି ଦେଖାଇବୁ ।
ଯଦି ଲୋକଙ୍କ ପାଇଁ କାମ ନ କରିବୁ ତାହା ହେଲେ କେଉଁ ବି ମୁହୂର୍ତ୍ତରେ ଲୋକ ସେମାନଙ୍କ ଶକ୍ତି ପ୍ରଦର୍ଶନ କରି ସରକାରଙ୍କୁ ହଟାଇ ଦେବେ । ବିଗତ ଦିନରେ ଲୋକେ ଏହାକୁ କରି ଦେଖାଇଛନ୍ତି ।
ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷାକୁ ଗୁରୁତ୍ଵ ଦେଇ ଅନେକ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ସିଏମ କିଷାନ, ୩୧୦୦ ଟଙ୍କାରେ ଧାନ କିଣା, ସୁଭଦ୍ରା ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସବୁ ବର୍ଗର ବିକାଶକୁ ଗୁରୁତ୍ଵ ଦିଆଯାଉଛି ।
ସମସ୍ତଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ, ଭିତ୍ତିଭୂମି ସୁଦୃଢ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ୨୦୩୬ ମସିହା ସୁଦ୍ଧା \’ବିକଶିତ ଓଡ଼ିଶା\’ ନିର୍ମାଣ ହେବ, ସେଥିପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ ଘସିପୁରା ବିଧାୟକ ବଦ୍ରି ନାରୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ମହୋଦୟ, ତେଲକୋଇ ବିଧାୟକ ଫକୀର ନାୟକ, ଜିଲ୍ଲା ପରିଷଦ ସଭା ନେତ୍ରୀ ସାଗରିକା ସାହୁ ଓ କେନ୍ଦୁଝର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930