Indus Valley Times

କୋରନାକୁ ନେଇ ଭୟଭୀତ ହେବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 Breaking News

କୋରନାକୁ ନେଇ ଭୟଭୀତ ହେବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କୋରନାକୁ ନେଇ ଭୟଭୀତ ହେବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
May 17
17:12 2025

ଭୁବନେଶ୍ୱର,୧୭/୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHOସହ ଆଲୋଚନା କରିଛି।
ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି। ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ଆମକୁ ଆଲର୍ଟ ରହିବାକୁ କୁହାଯାଇଛି। ରାଜ୍ୟର ସବୁ ଜିଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଥିବାବେଳେ ରାଜ୍ୟରେ ଦୀର୍ଘଦିନ ହେଲା କରୋନା ପଜିଟିଭ୍ କେସ୍ ଆସିନି।
ସୂଚନା ଥାଉକି, ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କଂରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାବେଳେ ସର୍ବାଧିକ ମାମଲା ହଂକଂରୁ ହିଁ ଆସିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031