Indus Valley Times

କୌଣସି ଗଣମାଧ୍ୟମ ଘର ଆଗରେ ଗହଳି ନ କରିବାକୁ ଅନୁରୋଧ କଲେ ଅପରାଜିତା,କହିଲେ ଆମକୁ ଏକା ଛାଡ଼ି ଦିଅନ୍ତୁ

 Breaking News

କୌଣସି ଗଣମାଧ୍ୟମ ଘର ଆଗରେ ଗହଳି ନ କରିବାକୁ ଅନୁରୋଧ କଲେ ଅପରାଜିତା,କହିଲେ ଆମକୁ ଏକା ଛାଡ଼ି ଦିଅନ୍ତୁ

କୌଣସି ଗଣମାଧ୍ୟମ ଘର ଆଗରେ ଗହଳି ନ କରିବାକୁ ଅନୁରୋଧ କଲେ ଅପରାଜିତା,କହିଲେ ଆମକୁ ଏକା ଛାଡ଼ି ଦିଅନ୍ତୁ
July 31
16:36 2022

ଭୁବନେଶ୍ୱର ୩୧/୭: ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲା । ଦିନକୁ ଦିନ ଘଟଣା ନୂଆ ନୂଆ ମୋଡ ନେବାରେ ଲାଗିଛି । ଗତକାଲି ବାବୁସାନ ମହାନ୍ତି ତାଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ତାଙ୍କର ଜନ୍ମଦିନ ପାଳିଥିଲେ । ତାଙ୍କ ପରିବାର ଓ ଶ୍ୱଶୁରଙ୍କ ଗହଣରେ କେକ୍ କାଟିଥିଲେ ।
ଯାହା ଜଣାପଡୁଛି ଯେ ତାଙ୍କ ବୈବାହିକ ଜୀବନରେ ଆସିଥିବା ଝଡ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ତେବେ ଏତେସବୁ ପରେ ବି ଗଣମାଧ୍ୟମ ଆଗରେ କେହି ମୁହଁ ଖୋଲୁନାହିଁନ୍ତି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ।
କୌଣସି ଗଣମାଧ୍ୟମ ଘର ଆଗରେ ଗହଳି ନ କରିବାକୁ ଅନୁରୋଧ କରିଛନ୍ତି ଅପରାଜିତା । ସେ କହିଛନ୍ତି ବାବୁସାନ୍ ଙ୍କ ବାପାଙ୍କ ଦେହ ଭଲ ନାହିଁ ।
କେତେବେଳେ ଆମ୍ବୁଲାନ୍ସର ଆବଶ୍ୟକତା ପଡିପାରେ । ତେଣୁ ଘର ଆଗରେ ଗହଳି ନକରିବାକୁ ବିନମ୍ର ନିବେଦନ କରିଛନ୍ତି ଅପରାଜିତା । ସେ ଆହୁରି କହିଛନ୍ତି ସହଯୋଗ ପାଇଁ ଅଶେଷ ଧନ୍ୟବାଦ । ଆମକୁ ଟିକେ ସମୟ ଦିଅନ୍ତୁ । ଏକୁଟିଆ ଛାଡିଦିଅନ୍ତୁ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031